STORYMIRROR

Sunanda Mohanty

Comedy Romance Action

4  

Sunanda Mohanty

Comedy Romance Action

ହସ ପସରା

ହସ ପସରା

1 min
233


ହସ ମାଡ଼େ ଯେବେ ପାକୁଆ ପାଟିରେ

ମୁଢି ଖାଉଥାଆନ୍ତି ଅଜା

ଆଈ କହେ ଦିନ ଆସିବ ସଭିଙ୍କ ପାଇଁ

ଏ କଥା ନୁହଁଇ ମଜ୍ଜା

ଆଈ ଯେବେ ରିକ୍ସାରେ ଚଢି ବଜାରଗଲା

ବୁଲି କିଣିବ ରିବନ ଫିତା

ନାତିଟା କହିଲା ବେଣୀ ନବାନ୍ଧିଲେ ହେବ

କହିବେ ଦ୍ରୌପଦୀ ସୀତା

ଏଥର ପାକୁଆ ପାଟିରେ ଆଈ ତ ହସିଲା

ନାତିଆ ମାରିଲା ତାଳି

ପାନ ଚୂନ ଗୁଆ ଖଇର କାତିରେ ଛେଚି

ଖାଉଥିଲେ ଆଈ ଅଜା ମିଳି 

ଅଜା କହିଲେ ଜୁଆନ ବେଳେ ମୁଁ ଲଢ଼ିଛି

ଷଣ୍ଢ ଶିଙ୍ଘ ଥିଲା ଗୋଜା ଗୋଜା

ଆଈ କହେ ଗପ ଛେଳିଟା କେମିତି ନିଜକୁ

କହୁଥିଲା ମୁଁ ମାଣିକ ରାଜା

ଅତୀତ ଦିନର ସ୍ମୃତିକୁ ସାଉଁଟି କହିଲେ ଅଜା

ନଈରେ ପହଁରି କୁସ୍ତିରେ ପାଉଥିଲେ ମଜା

ଦୁଆରେ ଡାକିଲା ଘୁଗୁନି ଵାଲା ନେବ କେ

ଘୁଗୁନି ଜୁଆନ କଷା

ଅଜା ଙ୍କୁ ଶୁଭିଲା ଅଳପ, ଭାବିଲେ ଜୁଆନ ଆସିଛି

ପରଖିବ ବଳ ହେବ ନିଶ୍ଚେ କସା

ନାତିଟାକୁ ଡାକି କହିଲେ ଅଜା କହିବୁନି ମୁଁ

ଘରେ ଅଛି ସେ ପୁରୁଣା ରାଜା

ବୁଝିନପାରି ନାତି କହୁଥିଲା ଆସ ଘୁଗୁନି ବାଲା

ଜୁଆନକଷ ଖାଇବେ ଆମରି ଅଜା

ନାତି କଥା ଶୁଣି ଅଜାଙ୍କ ପୋଖରୀପାଣି ଦେଖି

ଆଈ ହସୁଥିଲା ମୁରୁକି ହସା

ନାତି କହୁଥିଲା ପହିଲିମାନ ନୁହେଁ ଖାଇବା ଦରବ

ମିଛେ ହୁଅ ଲୋକହସା ମୋ ଅଜା

ତଥାପି ଅଜା କହିଲେ ଜାଣିଛି ଫିଟିଗଲା କଛା

ପୋଖରୀପାଣି ପରେ ମନ ଉଶ୍ଵାସ ଦେହ ହାଲୁକା

ଆଣେରେ ନାତି ମିଶିକି ଖାଇବା ଜୁଆନକଷା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy