STORYMIRROR

Jayasena Pradhan

Comedy Classics

4  

Jayasena Pradhan

Comedy Classics

ପ୍ରଶ୍ନ

ପ୍ରଶ୍ନ

1 min
410

ଗମିନାହିଁ କେବେ   ରଣ କ୍ଷେତ୍ରେ ମୁହିଁ

     ଗମିନାହିଁ କୁରୁକ୍ଷେତ୍ରେ

ଧରିନାହିଁ କେବେ    ତୀକ୍ଷ୍ନ ତରବାରୀ

     ଧନୁ ମୁଁ ଧରିନି ହସ୍ତେ।


ନୁହେଁ ମୁଁ କୌନ୍ତେୟ   ନୁହଁଇ ରାଧେୟ

     ନୁହଁଇ ମୁଁ ସୁତ ପୁତ୍ର

ଧନୁ ମୁଁ ଧରିନି     ନୁହେଁଇ କ୍ଷତ୍ରୀୟ

     ନୁହେଁ ମୁହିଁ ରବି ସୁତ।


ସାରା ଜଗତରେ    କର୍ଣ୍ଣ ନାମରେ

     ବିଦିତ ହୋଇଛି ମୁହିଁ

ସର୍ବଜନଠାରେ     ଯୁଗଳ ରୂପରେ

      ଜନମ ଲଭିଛି ମୁହିଁ।


ଏହି ପ୍ରଶ୍ନ ମୋର  ସର୍ବ ଜନ ପାଶେ

   ସଂସାରର ସୁଧିଜନ

ସର୍ବ ଜନ ପାଶେ  ବିଦିତ ହୋଇ ମୁଁ

   ବାର୍ତ୍ତାକୁ କରେ ଗ୍ରହଣ।


ଜାଣିଅଛ ନିଶ୍ଚେ    ନାମକୁ ମୋହର

       ସଂସାରର ସୁଧିଜନ

ଶ୍ରବଣ ଇନ୍ଦ୍ରିୟ      ନାମରେ ଶୋଭିତ

     ନାମ ଅଟେ ମୋର କାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy