STORYMIRROR

ଅଶୋକ କୁମାର ମହାନ୍ତ l

Abstract Children Stories Comedy

3  

ଅଶୋକ କୁମାର ମହାନ୍ତ l

Abstract Children Stories Comedy

ଚିରନ୍ତନ ରୀତି

ଚିରନ୍ତନ ରୀତି

1 min
268

ସୁଲୁ ସୁଲୁ ହୋଇ ପବନ ବୋହିଲା

କଦମ୍ବ ବନରେ ବାସ ଚହଟିିଲା ।।


ଶାଳ୍ ମଳୀ ବୃକ୍ଷେ କୁୁୁଲାୟ ବସିଲା

ଅଜଗର ଆସିି ଗର୍ତ୍ତେ ପହଞ୍ଚିଲା ।।


ବିହଙ୍ଗମ ରୋଳେ ପ୍ରାକୃତିକ ସୋଭା

ପ୍ରଫୁୁୁଲ୍ଲୀତ ହୁଏ ଆହା ମନରଭା ।।


ଆକାଶ ରେ ମେଘମାଳା ଯୁଥ ହୋଇ

ଖେଳନ୍ତି ତରଙ୍ଗେ ଭାସମାନ ହୋଇ ।।


ରବିର ସୁନେଲି କିରଣ ତ ଆସି

ପଶ୍ଚିମ ଶୋଭା ରେ ଆସୁତୋଷ ନାଶି ।।


ଝିଙ୍କାରିର ପୁଣି ଝଙ୍କାର ଶବ୍ଦ

ମନ ରେ ଭାଳଇ ସେଏ କି ଆନନ୍ଦ ।।


ଗିରିଗୁମ୍ଫା ମଧ୍ୟେ ॐକାର ଶବଦ

ହରିନିିଏ ଦୁଃଖୀ ଦତ୍ତର ବିଷାଦ ।।


କ୍ଷେତ ମଧ୍ୟେ ମୁଣ୍ଡ ଟେକିିିି ଦେଖେ

ଦିବାକର ପୁଣି ତାକୁ ଦେଖି ହସେ ।।


କଳ କଳ ମୁଖରିତ ସେ ତମସା

ବୋହି ଯାଏ ସେତ ତ୍ରୀପଥ ସୁଭଗା ।।


ପୁଷ୍କରିଣୀ ମଧ୍ୟେ ମରାଳଯେ ଥିଲେ

ପକ୍ଷ ଝାଡି ନତଶିରେ ଚାଲିଗଲେ ।।


ମାଛରଙ୍କା ଉର୍ଦ୍ଧ୍ବମୁୁୁଖିି ଯେ ହୋଇଲାା

ସହଚରୀ ସଙ୍ଗେ ନୀଡ଼ କୁୁ ରଚିଲା ।।


ଏହାଏ ଶୋଭାର ମୁଁ ଯେ ଭାଜନ

ମର୍ତ୍ତେ ପିଣ୍ଡ ବିହି ଲଭିବି ଜୀବନ ।।


ଆକାଶେ ଉଦିତ କୁମୁଦର ନାଥ

ଶୋଭା ବୃଦ୍ଧିିିିକଲେ ତାରକା ଯେତେକ ।।


କୋଟି କୋଟି ତାରା ଆକାଶରେ ଥାଇ

ତମସାକୁ ସେତ ପାରେନା ଦୁରାଇ ।।


ଏକମାତ୍ର କୁମୁଦର ନାଥ ଯିିଏ 

ଅନ୍ଧକାର ମଧ୍ୟେ ଆଲୋକ ଯୋଗାଏ ।।


ଶଯ୍ୟା ଆଲିଙ୍ଗନ କରିବାକୁ ଚାହେଁ

ମାନବ ଶରୀର ବକ୍ଷେ ଧରିିିଥାଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract