STORYMIRROR

BIJAY KUMAR GHADEI

Children Stories Comedy Children

3  

BIJAY KUMAR GHADEI

Children Stories Comedy Children

ବୁଢା ବୁଢ଼ୀ

ବୁଢା ବୁଢ଼ୀ

1 min
229

 

ବୁଢା ଯାଉଥିଲା ଚଲେଇ ମୋଟର

ବୁଢ଼ୀ ବସି ଥିଲା ପଛେ

ବୁଢା ଜାଣି ଜାଣି ବ୍ରେକ୍ ମାରେ

ଯେଉଁଠି ହମ୍ପସ୍ ଦେଖେ ।।

ପାକୁଆ ପାଟିକୁ ଥମ ଥମ କରି

ବୁଢ଼ୀ ଗାଳି ଯେବେ କରେ

ବୁଢାକୁ ତା କଥା ଭାରି ମଜା ଲାଗେ

ପୁଣି ବ୍ରେକେ ଜାବୁଡି ଧରେ ।।

ରାଗି କରି ବୁଢ଼ୀ ଉହ୍ଲାଏ ଗାଡ଼ିରୁ

ଚାଲି ଚାଲି ଯିବି କହେ

ବୁଢା ତାକୁ ପୁଣି ବୁଝେଇ ସୁଝେଇ

ପଛରେ ବସେଇ ନିଏ ।।

ବାଟରେ ବୁଢା ଯେ କମେଣ୍ଟ ମାରଇ

ନାତୁଣୀ ମାନଙ୍କୁ ଦେଖି

ବୁଢ଼ୀ ରାଗି ପୁଣି ମୁଁହକୁ ଫୁଲାଇ

ବୁଢାର ମୁଁହ ମୋଡେ଼ ପଛେ ବସେ ।।

ପହଞ୍ଚି ସେମାନେ ସମୁଦି ଘରେ

ଭାର ସଜ ସବୁ ଏକାଠି ଥୋଇ

ଆଲିଙ୍ଗନ ହୋଇ ସମୁଦି ସହ

ହସି ଦିଏ ପାନ ପାଟିରେ ଦେଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍