STORYMIRROR

BIJAY KUMAR GHADEI

Children

4  

BIJAY KUMAR GHADEI

Children

କୁନା ହେଲା ଦିନେ ସୁନାପିଲା

କୁନା ହେଲା ଦିନେ ସୁନାପିଲା

1 min
241


କୁନି କହୁଥିଲା ମୋ କୁନା ଭାଇ

ଚାଲ ଯିବା ଆମେ ବସ୍ତାନି ନେଇ

ବିଦ୍ୟାଳୟେ ପାଠ ପଢିବା ପାଇଁ

ନ ହେଲେ ଗୁରୁଙ୍କୁ କହିବି ଯାଇ ।।


କୁନା କହିଲା ଯେ ମୁଁ ଯିବି ନାହିଁ

ଘରେ ରହି ପାଠ ଶିଖିବି ମୁଁହି

ବାପା ମାଆ କଥା ମାନିବି ରହି

ନ ହେଲେ ପିଟିବି ରହିଥା ଚାହିଁ ।।


ମିଛରେ ବାହାନା ଆଉ ନ କର

ନ ହେଲେ ଭବିଷ୍ୟ ହେବ ଅନ୍ଧାର

ଗୁରୁ ଅଟନ୍ତି ଯେ ଜ୍ଞାନ ସାଗର

ଗ୍ରହଣ କର ତୁ କରି ଆଦର ।।


କୁନା ପଚାରିଲା କୁନି ଭଉଣୀ

ତୁ କାଇଁ ମାରୁ ଏତେ ଫୁଟାଣି

ମୋ ସାଥେ ଲାଗୁଛୁ କି ପାଇଁ ଜାଣି

ରହ ମୁଁ ଭାଙ୍ଗୁଛି ତୋର ଏ ଠାଣି ।।


ବାପା ଶୁଣିକରି ଦୁହିଁଙ୍କ କଥା

ମୁଚୁକି ହସିଲେ ନଇଁକି ମଥା

ବିଦ୍ୟା ଅଟେ ମହାଧନ ଜାଣି ଥା

ଗ୍ରହଣ ନ କଲେ ଜୀବନ ବୃଥା ।।


ଶୁଣ କୁନି ମୋର ଶୁଣୁ ମୋ କୁନା

ସ୍କୁଲ୍ ଯିବାକୁ ତୁ କର ନା ମନା

ଖାଇବାକୁ ଦେବି ମଟର ଚଣା

ତୁ ପରା ମୋର କାଳିଆ ସୁନା ।।


କୁନା ଭାଇ ଏବେ ବୁଝିପାରିଲା

ପଢିବାକୁ ପାଠ ବାହାରିଗଲା

ଗୁରୁଜୀଙ୍କ କଥା ସବୁ ମାନିଲା

ସଭିଙ୍କର ହେଲା ସେ ଭାରି ଗେହ୍ଲା ।।


ମନ ଲଗେଇ ସେ ପାଠ ପଢିଲା

ସୁନା ପିଲା ହେଲା ଥିଲା ଚଗଲା

ବଡ଼ ହେଲା ଦିନେ ସେ ସୁନା ପିଲା

ବାପା ମାଅଙ୍କର ନାମ ରଖିଲା ।


ପାଇଲା ସବୁଠି ମାନ ସମ୍ମାନ

ପିତାମାତା ହେଲେ ତା ପାଇଁ ଧନ୍ୟ

ବୁଝିଲା ଯେବେ ସେ ଜ୍ଞାନର ମାନ

ସଭିଙ୍କୁ କହିଲା କର ଅର୍ଜନ ।।


ଜୀବନ ହୁଏ ଯେ ଭାରି ସରସ

ଅରଜିଲେ ଜ୍ଞାନ ଜୀବନଯାକ

ବିଦ୍ୟାରୁ ମିଳେ ଯେ ବିନୟଭାବ

ଯା ପାଇଁ ରହେନା କିଛି ଅଭାବ

ଚାଲ ଆମେ ସବୁ ପଢିବା ପାଠ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children