STORYMIRROR

BIJAY KUMAR GHADEI

Children

4  

BIJAY KUMAR GHADEI

Children

ବିଲୁଆ ଖାଇବ ଶେଉଳ ମାଛ

ବିଲୁଆ ଖାଇବ ଶେଉଳ ମାଛ

1 min
315


ବିଲେଇ ନାନୀ ଇଆଡେ଼ ଅନା

ଚାହିଁ ରହିଅଛି ବିଲୁଆ ନନା

ଖାଇବ ବୋଲି ଶେଉଳ ମାଛ

ବିଲେଇ ନାନୀକୁ କରିଛି ସାଙ୍ଗ

ଲାଞ୍ଚ ଦେଇଛି ସେ ଗୋଟିଏ ଚେଙ୍ଗ ।।

ବିଲେଇ ନାନୀ ବଡ଼ ଚତୁରୀ

ଶେଉଳ ମାଛ ଆଣିଛି ଚୋରି

ରଖିଅଛି ତାକୁ ଲୁଚାଇ କରି

ବିଲୁଆ ନନାକୁ କହୁଛି ଖାଲି

ମାଲିକ ପୋଖରୀ ପଡିଛି ଖାଲି ।।

ବିଲୁଆ ନନା ତା'ଠୁ ଚତୁର

ବିଲେଇ ଉପରେ ରଖେ ନଜର

ବିଲେଇ ନାନୀ ଯେବେ ଯାଏ ବାହାର

ବିଲୁଆ ନନା ପଶେ ତା ଘର

ଚୋରି କରିନିଏ ନ ରଖି ଡର ।।

ବିଲେଇ ନାନୀ ଫେରି ଯେ ଦେଖେ

ଶେଉଳ ମାଛ ନାହିଁ ତା ପାଖେ

ଚିନ୍ତିତ ହୋଇ ସଭା ସେ ଡାକେ

ମାଗୁର ମାଛ ଏକଥା ବୁଝେ

ଜୋରିମାନା ଦିଏ ବିଲୁଆ ଲାଜେ ।

ବିଲୁଆ ନନା ରଖେ ଯେ କ୍ରୋଧ

ନେବାକୁ ଭାବେ ସେ ଏ ପ୍ରତିଶୋଧ

ସେଦିନ ଥାଏ ବାର ଯେ ବୁଧ

ବିଲେଇ ଘର ହୋଇଛି ରୋଧ

କରିଦେଲା ସିଏ ତା ପିଲାର ବଧ ।।

ଫେରି ଦେଖେ ଯେବେ ବିଲେଇ ନାନୀ

କଇଁ କଇଁ କାନ୍ଦେ କିଛି ନ ଶୁଣି

ବିଲୁଆ ଆସେ ଯେ ଏକଥା ଜାଣି

ମିତ ବସନ୍ତି ସେ ଶେଷରେ ପୁଣି

କେହି କାହାରି ଆଉ ନ ରହି ଋଣି ।।

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children