ଘେନ ମୋ ପ୍ରଣାମ
ଘେନ ମୋ ପ୍ରଣାମ
ଘେନ ମୋ ପ୍ରଣାମ ମା ସରସ୍ବତୀ
ବିଦ୍ୟା ଦାତ୍ରୀ ମା ଲୋ ଜ୍ଞାନମୟୀ
ତୋ କରୁଣା ଜଳ ଢାଳି ଦିଅ ମୋତେ
ଅଜ୍ଞାନୀକୁ କରି ତୁମେ ଜ୍ଞାନୀ ।।
ତୁମ ଆଶୀର୍ବାଦେ ପଙ୍ଗୁ ଲଙ୍ଘି ଯାଏ
ପର୍ବତ ଶିଖର କଣ୍ଟାବନ
ତୁମରି ଆଶିଷେ ମୂର୍ଖ ଲଭି ଥାଏ
ସଂସାରର ସର୍ବ ବ୍ରହ୍ମ ଜ୍ଞାନ ।।
ଶ୍ୱେତ ବସ୍ତ୍ର ତୋର ଅତି ଆପଣାର
ଧଳା ହଂସ ତୋର ବାହନ
ବିଦ୍ୟାର୍ଥୀର ସାହା ତୁହି ଏକା ମାଆ
ଅଜ୍ଞାନର କର ଅବସାନ ।।
ଆଶୀର୍ବାଦ ତୋର ମୁଣ୍ଡେ ରହି ଥାଉ
ମହୀ ମଣ୍ଡଳର ସବୁ ଜନ
ତୋତେ ପୂଜି ମା ଲୋ ସବୁ ମୁଁ ପାଇଛି
ଦୁନିଆର ସବୁ ଆତ୍ମ ଜ୍ଞାନ ।।
