STORYMIRROR

BIJAY KUMAR GHADEI

Inspirational Children

3  

BIJAY KUMAR GHADEI

Inspirational Children

ଘେନ ମୋ ପ୍ରଣାମ

ଘେନ ମୋ ପ୍ରଣାମ

1 min
213


ଘେନ ମୋ ପ୍ରଣାମ  ମା ସରସ୍ବତୀ

ବିଦ୍ୟା ଦାତ୍ରୀ ମା ଲୋ ଜ୍ଞାନମୟୀ

ତୋ କରୁଣା ଜଳ ଢାଳି ଦିଅ ମୋତେ 

ଅଜ୍ଞାନୀକୁ କରି ତୁମେ ଜ୍ଞାନୀ ।।


ତୁମ ଆଶୀର୍ବାଦେ ପଙ୍ଗୁ ଲଙ୍ଘି ଯାଏ

ପର୍ବତ ଶିଖର କଣ୍ଟାବନ

ତୁମରି ଆଶିଷେ ମୂର୍ଖ ଲଭି ଥାଏ

ସଂସାରର ସର୍ବ ବ୍ରହ୍ମ ଜ୍ଞାନ ।। 


ଶ୍ୱେତ ବସ୍ତ୍ର ତୋର ଅତି ଆପଣାର

ଧଳା ହଂସ ତୋର ବାହନ

ବିଦ୍ୟାର୍ଥୀର ସାହା ତୁହି ଏକା ମାଆ

ଅଜ୍ଞାନର କର ଅବସାନ ।।


ଆଶୀର୍ବାଦ ତୋର ମୁଣ୍ଡେ ରହି ଥାଉ

ମହୀ ମଣ୍ଡଳର ସବୁ ଜନ

ତୋତେ ପୂଜି ମା ଲୋ ସବୁ ମୁଁ ପାଇଛି

ଦୁନିଆର ସବୁ ଆତ୍ମ ଜ୍ଞାନ ।। 


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational