ରୂପ ସାହିତ୍ୟ
ରୂପ ସାହିତ୍ୟ
ଆହେ ଅଶ୍ଵକେଶୀ ମୃଗନୟନା
ଗଜଗାମିନୀ ଗୋ ତୁମେ ,
ହୃଦୟକୁ ମୋ ନନ୍ଦନକାନନ କରିଛି
ପ୍ରେୟସୀ ଗୋ ତବ ପ୍ରେମେ ।
କର ମୋର ହୃଦ ଗ୍ରହଣ
ଛାଡ଼ିଯାଏ ମୋର ପରାଣ
ତୁମ ପ୍ରେମେ ଜର୍ଜରିତ ପ୍ରେୟସୀ ଗୋ ମୁଁ ଏତେ ,
ଦିଅ ଏକ ମୃଦୁ ଚୁମ୍ବନ
ହଉ ଟିକେ ପ୍ରେମ କମ୍ପନ
ଆଉ ନିସଂଗରେ ଦିବସ ଗୋ କାଟିବି କେତେ ।
ଥରେ କର ପ୍ରେମ ବ୍ୟାପାର
ହେଉ ଟିକେ ନାମ ପ୍ରଚାର
ସମାଚାର ହେଉ ବ୍ରହ୍ମାଣ୍ଡର ତିନି ପୁରେ ,
ଭାବନାକୁ ତୁମେ କର ଜାଗ୍ରତ
ଶୁଣ ମୋର ହୃଦ ଆରତ
ସ୍ପନ୍ଦନର ସ୍ଥିତି ବଢ଼ିଯାଏ ଧୀରେ ଧୀରେ ।
ଅଧର ପାଖୁଡ଼ାକୁ ଥରେ ଦିଅ ମେଲାଇ
ପଲକ ଦରଜାକୁ ଥରେ ଦିଅ ଆଡ଼େଇ
ଉପଲବ୍ଧିତ କର ପ୍ରିୟତମା ଗୋ ମୋ ପ୍ରେମର ମଧୁର ରସ ,
କେଶର ବିନ୍ୟାସକୁ ଥରେ ଦିଅ ପଖାଳି
ଭୃଲତାର ଚାତୁରିକୁ ଥରେ ନିଅ ସମ୍ଭାଳି
ମୋ ପ୍ରେମ ପୁଷ୍ପର ପ୍ରିୟତମା ଗୋ ରହିଛି ଦିଗନ୍ତରୀ ବାସ ।

