କେମିତି ମୋତେ ପ୍ରେମ ନ ହେବ
କେମିତି ମୋତେ ପ୍ରେମ ନ ହେବ
ଶାଢ଼ି ପିନ୍ଧି ଯେବେ ଲହକା ଅଣ୍ଟାରେ
ଅଟକି ମଟକି ଚାଲିବ ,
ସତ କହିଲ ପ୍ରେୟସୀ ଗୋ ତୁମେ
କିଏ ନ ହୃଦୟ କବାଟ ଖୋଲିବ ।
ଖୋଲା ରଖି ଯେବେ ତୁମ କୃଷ୍ଣ କେଶକୁ
ଘାଇଲା କଲା ଚାହାଣୀରେ ଚାହିଁବ ,
ବିଦ୍ୟାରାଣ ପକାଇ କହିଲ ପ୍ରିୟତମା ଗୋ
କୋଉ ଯୁବକ ଆକର୍ଷିତ ନ ହୋଇବ ।
କୁଞ୍ଚିତ କେଶରେ କୁସୁମକୁ ଖଞ୍ଜି
ଯେବେ ନଇଁ ନଇଁ ଦାଣ୍ଡେ ଚାଲିବ ,
ଆଇନାକୁ ଚାହିଁ କହିଲ ହେ ସଙ୍ଗିନୀ
କୋଉ ପୁରୁଷ ହେ ନିଜ ମନକୁ ସମ୍ଭାଳି ପାରିବ ।
ଗୋଲାପୀ ଗାଲରେ ହଁସର ଆସରାରେ
ଯେବେ ଅଳପେ ଲାଜେଇ ଯିବ ,
ମୋ ଆଖିରେ ଆଖି ମିଶାଇ କହିଲ ପ୍ରିୟା
କେମିତି ମୋତେ ପ୍ରେମ ନ ହେବ ।

