STORYMIRROR

SHIBASHANKAR DAS

Tragedy Action

3  

SHIBASHANKAR DAS

Tragedy Action

ସତରେ... ମୁଁ ମଣିଷ

ସତରେ... ମୁଁ ମଣିଷ

1 min
260

ମୁଁ ମଣିଷ... ବଦଳିବା ମୋର ପ୍ରକୃତି ,

ଏଣୁ ପ୍ରତି କ୍ଷଣରେ ମୁଁ ବଦଳୁଥାଏ ।


ମୁଁ ମଣିଷ... ନିଜ ସ୍ୱାର୍ଥ ଦେଖିବା ମୋର ଧର୍ମ ,

ଏଣୁ ପ୍ରତି କ୍ଷେତ୍ରରେ ମୁଁ ନିଜ ଫାଇଦା ଦେଖୁଥାଏ ।


ମୁଁ ମଣିଷ... ବିଶ୍ବାସଘାତକତା ମୋର ସ୍ଵଭାବ ,

ଏଣୁ ପ୍ରତି ପରିସ୍ଥିତିରେ ମୁଁ ଦଗା ଦେବା ପାଇଁ ରହିଥାଏ ।


ମୁଁ ମଣିଷ... ସାହାଯ୍ୟକୁ ଭୁଲିବା ମୋର ଚରିତ୍ର ,

ଏଣୁ ପ୍ରତି ଦୁଃସମୟରେ ମୁଁ ସବୁ ଭୁଲିଯାଇଥାଏ ।


ମୁଁ ମଣିଷ... ଅନ୍ୟକୁ କଷ୍ଟରେ ଦେଖିବା ମୋର ସଉକ ,

ଏଣୁ ପ୍ରତି ମୁହୂର୍ତ୍ତରେ ମୁଁ ଅନ୍ୟକୁ ଯନ୍ତ୍ରଣା ଦେଉଥାଏ ।


ସତରେ ମୁଁ ମଣିଷ ... 

ସେଇଥି ପାଇଁ ତ ପଶୁ ନ ହୋଇବି ପଶୁତ୍ଵ ମୋ ଠାରେ ରହିଛି ,

ଆଉ ସାମାଜିକ ପ୍ରାଣୀ ହୋଇବି ନିସଙ୍ଗ ଜୀବନକୁ ଭଲ ପାଉଛି ।


Rate this content
Log in

Similar oriya poem from Tragedy