STORYMIRROR

SHIBASHANKAR DAS

Drama Others

4  

SHIBASHANKAR DAS

Drama Others

ରାଜନୀତିର ଅଙ୍କ

ରାଜନୀତିର ଅଙ୍କ

1 min
178

ରାଜନୀତି ଅଙ୍କ ଭାରି ଅଡ଼ୁଆ

ବୁଝିବାଟା ଭାରି କଷ୍ଟ ,

କିଏ କୋଉ ଦଳର ନେତା ହେ ଭାଇ

ହୋଇପାରେନା ଜମା ସ୍ପଷ୍ଟ ।


ବିରୋଧୀଙ୍କ ସତ୍ତା ଜାଣି ହୁଏନା

ଶାସକ ଦଳ ସହ ସଲାସୁତୁରା ତାଙ୍କ ,

ସ୍ଵାର୍ଥର ସାଧନା ଖାଲି ଦରକାର

ବିଗୁଡ଼ୁ ପଛେ ରାଜନୀତିର‌ ଅଙ୍କ ।


ଏ ଦଳରୁ ସେ ଦଳକୁ ଡିଆଁ ଡେଇଁ ଖେଳ

ବାର ମାସରେ ତେର ପରବ ଯେ ତାଙ୍କର ,

ଯୋଉ ଦଳୁ ହୁଏ ଫାଇଦା ହାସଲ

ସେ ଦଳେ ଚାଲେ ଜଣାଣ ୟାଙ୍କର ।


ଜନତାଙ୍କ ସ୍ଵାର୍ଥକୁ ମାର ହେ ଗୁଳି 

ସତ୍ତାକୁ ଓଲଟ ପାଲଟ କରିଚାଲ ,

ଆଜି ଯଦି ଗୋଟିଏ ଦଳରେ ମନ ନ ପୁରୁଛି

ସମର୍ଥନକୁ ପ୍ରତ୍ୟାହାର କରିଚାଲ ।


ଏକଛତ୍ରବାଦ ଶାସନ ଦରକାର ଯେ ଆମର

ଭାଙ୍ଗିଚାଲ ଅନ୍ୟଦଳର ଚାଲୁଛି ଯେତେ ଶାସନ ,

ଅର୍ଥନୀତିକୁ ତଳେ ପକାଇ, ବେକାରୀ ସମସ୍ୟା ସୃଷ୍ଟି କରାଇ

ମଜଭୁତ କରିଚାଲିଥାଓ ନିଜ ଆସନ ।


Rate this content
Log in

Similar oriya poem from Drama