STORYMIRROR

Sisir Kumar Samal

Drama Fantasy

4  

Sisir Kumar Samal

Drama Fantasy

ତମଠୁ ଫେରିଲା ପରେ

ତମଠୁ ଫେରିଲା ପରେ

1 min
254

ଫଗୁଣର ଫଗୁ ଲାଗେ ଫିକା ଫିକା

       ତୁମଠୁ ଫେରିଲା ପରେ,

ମଳୟ ଵହୁନି ବସନ୍ତରେ ଆଉ

       ତୁମେ ଚାଲିଗଲା ପରେ ।। (୧)


ମନ ଉପବନେ ଫୁଟି‌ ଅଛି ଫୁଲ

        ପାଉନାହିଁ ବାସ ତାହାର,

କିଅବା କରିବ ବିଚରା ଭ୍ରମର

        କରେ କରୁଣ ଚିତ୍କାର ।। (୨)


ନିଦ ରାଇଜରେ ସପନ ଆସୁନି

        ରାତି କଟେ ଉଜାଗରେ,

ନିଶି ଅନ୍ଧକାରେ ଜହ୍ନ ବି ଲୁଚ଼ୁ଼ଛି

        ତୁମଠୁ ଫେରିଲା ପରେ।। (୩)


ନୀଳ ଆକାଶରେ ଉଠେ ଇନ୍ଦ୍ରଧନୁ

        ରଙ୍ଗହୀନ ପରି ଲାଗେ,

ମୋ ମନ ମାନସୀ ରୂପସୀ ସାଥୀଟି

      ମିଛେ ମିଛେ କେତେ ରାଗେ ।। (୪)


ମନ‌ ଆଇନାରେ କେତେ ମୁହଁ ଦିଶେ

        ଝୁରିଝୁରି ଦିନ ସରେ,

ତୁମ ଚିହ୍ନା ମୁହଁ ସବୁବେଳେ ଦିଶେ

       ତୁମଠୁ ଫେରିଲା ପରେ ।। (୫)


ତୁମଠୁ ଫେରିଲା ପରେ,

 ଜୀବନର ପଥ ହୁଡି଼ ମୁଁ ସାରିଛି

       ବଞ୍ଚିବି କେଉଁ ଆଶାରେ ।। (୬)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama