STORYMIRROR

Sisir Kumar Samal

Romance

4  

Sisir Kumar Samal

Romance

ରଖ ପ୍ରେମିକର ମନ

ରଖ ପ୍ରେମିକର ମନ

1 min
258

ସପନରେ ଆଉ ଆସନାହିଁ ସାଥି

            ଉଜାଗରେ କଟେ ରାତି ,

ସୁଖ ବଦଳରେ ଦୁଃଖ ଉପହାର

            ଦିଅ ନାହିଁ ଆଉ ସାଥୀ ।।


କେମିତି ଭୁଲିବି ଅତୀତର ସ୍ମୃତି

            ପଡ଼ୁଥାଏ ଯେବେ ମନେ ,

ତୁମର ସେ ମୁଖ, ଲାଜ ମିଶା ହସ

           ଫେରିବନି ଏ ଜୀବନେ ।।


ଅସହ୍ୟ ହେଲାଣି ବିଚ୍ଛେଦ ଜ୍ବଳନ

           କର କାହିଁ ଅଭିମାନ,

ଫେରିଆସ ସାଥୀ ଜୀବନେ ମୋହର

           ରଖ ପ୍ରେମିକର ମନ ।।


Rate this content
Log in

Similar oriya poem from Romance