Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Kumar Samal

Abstract Fantasy

3  

Sisir Kumar Samal

Abstract Fantasy

ମୁକ୍ତ ଆକାଶର ପକ୍ଷୀ

ମୁକ୍ତ ଆକାଶର ପକ୍ଷୀ

1 min
159


ମୁକ୍ତ ଆକାଶର ମୁକ୍ତ ବିହଙ୍ଗ ମୁଁ 

             ଲୋଡା଼ ନାହିଁ ବସାଘର ,

ସାରା ଦୁନିଆଟା ଘୁରି ବୁଲୁଥିବି

             ସଭିଏଁ ମୋର ନିଜର ।

ଲୋଡ଼ା ନାହିଁ ମୋର ନିଜର ସାଥୀଟେ 

             ରଖୁଥିବ ମତେ ବାନ୍ଧି ,

ଏ ଡ଼ାଳୁ ସେ ଡାଳ ଘୁରି ବୁଲୁଥିବି 

             କରିପାରିବନି ବନ୍ଦୀ l

ହେବି ନାହିଁ କାହା କଥାରେ ଆକଟ 

             ମୁଁ ନୁହେଁ କ୍ରୀତଦାସ ,

ସହି ପାରିବିନି ଅନ୍ୟର ଆକ୍ଷେପ 

             ହେବି ନାହିଁ ଉପହାସ l

ଦୁଇ ଡେଣା ଝାଡ଼ି ଉଡ଼ି ବୁଲୁଥିବି

              ମୁକ୍ତ ଆକାଶର ମୁଁ ପକ୍ଷୀ ,

ଦେଇ ପାରିବନି ମନରେ ଯନ୍ତ୍ରଣା              

              ପାରିବେନି କେହି ରୋକି l

ଲୋଭ ମୋହ ପ୍ରେମ ନୁହେଁ ମୋ ନିଜର

               ମିଛ ମାୟା ଏ ସଂସାର ,

ଏକା ଏକା ସଦା ଘୁରି ବୁଲୁଥିବି 

              ଏ ଜୀବନଟା ଯାଯାବର l


Rate this content
Log in

Similar oriya poem from Abstract