STORYMIRROR

Sisir Kumar Samal

Abstract Fantasy Inspirational

4  

Sisir Kumar Samal

Abstract Fantasy Inspirational

କୁହୁଡ଼ି କନ୍ୟା

କୁହୁଡ଼ି କନ୍ୟା

1 min
311


ନିର୍ଜନ ବେଳାରେ        ଚ଼ାଲୁଥିଲି ଦିନେ

         କୁହୁଡି ପଥରେ ଏକା,

ରାସ୍ତା ସାରା ଘନ         କୁହୁଡ଼ି ଭିତରେ

       ହେଲା ସେ ପରୀର ଦେଖା ।


ଅଙ୍ଗେଅଙ୍ଗେ ତାର        ସୌନ୍ଦର୍ଯ୍ୟରେ ଭରା

        ରୂପ ତା' ଲାବଣ୍ୟବତୀ ,

ଓଠ ତଳ ହସ          କର‌ଇ ବେହୋସ

        ହସରୁ ଝର‌ଇ ମୋତୀ ।।


ଆକାଶ ଦେଶର        ରାଜଜେମା ସିଏ

     ଅଟେ ସେ କୁହୁଡି କନ୍ୟା ,

ନୀଳନୀଳ‌ ସେହି       କଥାକୁହା ଆଖି

    ଚ଼ାହାଣୀ ରେ ଖେଳେ ବନ୍ୟା ।।


ହାତଧରି ‌ଗଲି         ବାଟ କିଛି ଦୂର

      କୁହୁଡ଼ି କନ୍ୟାର ସାଥେ,

ସୂନେଲୀ କିରଣ‌         ଧରାରେ ପଡ଼ିଲା

      କୁହୁଡ଼ି ହଟିଲା ପଥେ ।।


ପହିଲି କିରଣ        ଧରାକୁ ଚୁମିଲା

     କ୍ଷୀଣ ହେଲା ତା' ଶରୀର,

ହାତଛାଡ଼ି ମୋର      ଭୁଇଁ ରେ ଲୋଟିଲା

      ପାଲଟିଲା ଗଲା ଶିଶିର ।।


ଦେଖିଣ ନୟନେ       କୁହୁଡ଼ି କନ୍ୟାର

      ମନୋରମ ଏଇ ରୂପ,

କାକର ଟୋପାରେ      ଶରୀର ଚ଼ୁମିଲା

     କୁହୁଡ଼ି କନ୍ୟାର ରୂପ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract