STORYMIRROR

Sadananda Pratihari

Drama Others

4  

Sadananda Pratihari

Drama Others

ଲକଡାଉନରୁ ମହାଶିକ୍ଷା

ଲକଡାଉନରୁ ମହାଶିକ୍ଷା

1 min
28

କିଏ ଜାଣିଥିଲା ! ଏକବିଂଶ ଶତାବ୍ଦୀର ବିଜ୍ଞାନ ଯୁଗରେ 

ଆସିବ ଭୂତାଣୁ ମହାମାରୀ ରୂପନେଇ 

ସାଜିବାକୁ ଘାତକ କେବଳ ମାନବ ଦେହରୁ ମାନବ ଦେହକୁ 

ସଂକ୍ରମିତ ହୋଇ, 

ଯେତେସବୁ ପଶୁପକ୍ଷୀ କରୁଥିବେ ସ୍ଵଚ୍ଛନ୍ଦରେ ବିଚରଣ 

ଅତି ନିର୍ଭୟରେ, ମହାଆନନ୍ଦରେ, 

କିଏ ରାଜରାସ୍ତାରେ ତ କିଏ ବୃକ୍ଷ ଉପରେ, 

ଜଳଚର ଜୀବ କରୁଥିବେ କ୍ରୀଡା ନଦୀ ବା ତଡାଗରେ 

ଅବା ସମୁଦ୍ରର ଜଳରାଶି କିମ୍ବା ସୁଦୀର୍ଘ ବାଲୁକା ପ୍ରାନ୍ତରେ, 

ନକରି ଭ୍ରୂକ୍ଷେପ ଅବା ନଥାଇ କାହାକୁ ଡର 

ଭାବୁଥିବେ ମନେ ମନେ ନିଜକୁ ସର୍ବେଶ୍ୱର, ଏ ବିଶ୍ୱର ଅଧୀଶ୍ଵର, 

ଆଉ ହୋଇ ଅସହାୟ, ବିଚରା !ମାନବ ରହି ସଙ୍ଗରୋଧେ 

ଦେଖୁଥିବ ପ୍ରକୃତିର ସେହି ଅଦ୍ଭୁତ ମନୋରମ ଦୃଶ୍ୟାବଳୀ ସ୍ଵ ଚକ୍ଷୁରେ, 

 ଭାଙ୍ଗିଯିବ ମନୁଷ୍ୟର ସବୁ ଟାଣପଣ ଗର୍ବ ଅହଂକାର 

ଆଉ ମୃତ୍ୟୁ ଭୟେ ହୋଇ ଅସହାୟ ମନୁଷ୍ୟ ରହିବ ଆବଦ୍ଧ 

ନିଜ ଗୃହକୁ ଭାବି ସୁରକ୍ଷା କବଚ, ବଙ୍କର, 

କି ଗ୍ରାମ କି ସହର ସବୁ ହେବ ଲକଡାଉନ 

ଲାଗୁଥିବ ନିସ୍ତବ୍ଧ ନିର୍ଜନ ଚାରିଆଡେ ଖାଲି ଶୂନଶାନ 

ସତରେ ପ୍ରକୃତିର ଏ କି ନିଷ୍ଠୁର ପ୍ରହାର !

ସମଗ୍ର ବିଶ୍ୱେ ଆଜି ମୃତ୍ୟୁର ବିଭୀଷିକା ହାହାକାର, 

କରୋନା ମହାମାରୀ ଭୟେ ସର୍ବେ ଥରହର 

ଫେରିଆସିବେ ପ୍ରବାସୀ ବିଦେଶରୁ ନିଜ ଭିଟାମାଟିକୁ 

ହରାଇ ରୋଜଗାର ପନ୍ଥା, ସୁନେଲି ସ୍ୱପ୍ନର ନିଶା, 

ବନ୍ଦ ହୋଇଯିବ ମଠ ମନ୍ଦିର ମସଜିଦ ଗୁରୁଦ୍ୱାର ପୂଜାସ୍ଥଳୀ, 

କାନ୍ଦୁଥିବେ ଆତ୍ମୀୟ ସ୍ୱଜନ ବୁକୁ ଫଟାଇ ଉଚ୍ଚସ୍ଵରେ 

କରୋନାରେ ମୃତ ଶବକୁ ଛୁଇଁ ନପାରି ଶେଷ ମୁହୂର୍ତ୍ତରେ, 

କରୋନା ଯୋଦ୍ଧା ସାଜି ଡାକ୍ତର ପୋଲିସ ବାଜି ଲଗାଇ ନିଜର ଜୀବନକୁ 

ଲାଗିଥିବେ ଅହୋରାତ୍ର ଆକ୍ରାନ୍ତଙ୍କ ସେବାରେ, 

କେଉଁ ପରିବାରେ ବଢ଼ିଯିବ କଳି ତକରାଳ ହିଂସା ମାନସିକ ଅବସାଦ ତ 

ଅର୍ଥାଭାବ, ଭୁଲ ବୁଝାମଣା ହେତୁ କେଉଁଠି କିଏ ବିଷାଦରେ କବଳିତ, 

ଆମ ପ୍ରିୟ କେନ୍ଦ୍ର ଆଉ ରାଜ୍ୟ ସରକାର ହୋଇ ବିଶେଷ ତତ୍ପର 

ଦେଇ ସାହାଯ୍ୟ ସହଯୋଗ, କଲେ ଯେଉଁ ଆସୁ ପ୍ରତିକାର 

ଟିଭି ମିଡ଼ିଆ ଖବର କାଗଜର କରୋନାରେ ସତର୍କତା ଵିଜ୍ଞାପନ ଆଉ 

ଘନ ଘନ ପ୍ରଚାର 

କମିଗଲା ଆମ ରାଜ୍ୟେ ପ୍ରକୃତରେ ମୃତ୍ୟୁ ହାର , 

କରୋନା ଯୁଦ୍ଧରେ ହୋଇ ଅବତୀର୍ଣ୍ଣ 

ହେଲେ ସହିଦ ଯେଉଁ ମହାନ ବୀରଗଣ 

କରୁଛୁ ଆମେ ତାଙ୍କୁ ଶତ ସଲାମ !

ତୁମେତ ଜୀବନ୍ତ ଈଶ୍ୱର 

ନାହିଁ ତୁମ ସେବାର ପଟାନ୍ତର  l 



Rate this content
Log in

Similar oriya poem from Drama