STORYMIRROR

Goutam Mohanty

Drama Classics Inspirational

4  

Goutam Mohanty

Drama Classics Inspirational

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
917

ଜୟ ଜଗନ୍ନାଥ...

କରୁଛି ପ୍ରଣାମ ହେ ବାସୁଦେବ....

ତୁମ ଭୂଜ ତଳେ ରଖିବ ହେ ମାଧବ

ଆରତ ନାଶନ ବୋଲି ଆରତେ ଡାକୁଛି

ଦୁଃଖ ନାଶନ ବୋଲି ଦୁଃଖ ଜଣାଉଛି

ପତିତ ଉଦ୍ଧାର ବୋଲି ପତିତପାବନ

ବାନା ଉଡୁଛି...

ଦୀନବନ୍ଧୁ ବୋଲି ଏ ଦୀନ ଡାକୁଛି..

ଜଗତର ନାଥ ବୋଲି ଜଗନ୍ନାଥ ଡାକୁଛି

ତୁମେ ରାମ ତୁମେ କୃଷ୍ଣ ଗୋବିନ୍ଦ

ତୁମେ ନିରାକାର ଅନାଦି ପୁରୁଷ...

ତୁମେ ଦାରୁବ୍ରହ୍ମ ହେ ନାରାୟଣ

ତୁମେ ଉଦ୍ଧାର ବୋଲି ଉଦ୍ଧବ.ହେ ନାରାୟଣ

ତୁମେ ବ୍ରହ୍ମାଣ୍ଡ ପତି ହେ ମାଧବ..

ସୃଷ୍ଟି ସଂହାର ପାଳନ ସବୁ କର ତୁମେ

ଏ ଶୁଭ ସକାଳ ରେ ପ୍ରଭୂ ତୁମକୁ ନମେ..

ତୁଳସୀ ମୂଳେ ଲୟ ଲଗାଇଲେ ତୁମେ ପ୍ରଭୂ

ଦେଖେ..

ତୁଳସୀ ମାଳିଆ ହେ ଜଗା କାଳିଆ

ତୁଳସୀ ଜଳରେ ଉଦ୍ଦାରି ଦିଅ..

ଯେତେ ପାପ ପୂଣ୍ୟ ର ହିସାବ ପ୍ରଭୂ ତୁମେ କରିଦିଅ

ପାପର ଭାର ଅଧିକା ପ୍ରଭୂ ଏ ପୂଣ୍ୟ ମାସରେ

କ୍ଷମା କରିଦିଅ. 

କ୍ଷମାର ସାଗର ହେ କ୍ଷମାଧିଶ ତୁମ ପାଦେ

 ସମର୍ପିତ ଏ ମନ...

 ତୁମ ଇଛା ରେ ଏ ଜୀବନ ତରୀ ଚାଲୁଥାଏ ଅବିରତ

 ଆହେ ଇଛା ମୟ ତୁମ ବିନା କି ଲାଭ ଏ ଜୀବନ

 ଧରମ କରମ କିଛି ଜାଣେନା , ଏତିକି ଜାଣେ ,

 ତୁମେ ପ୍ରଭୂ ଅଛ...

 ଅନୁଭଵ ରେ ପାଏ ସଦା ତୁମ ପରଶ....

 ତୁମ ଆରାଧନା କରିବାକୁ ମନ ମୋ ବ୍ୟାକୁଳ ହୁଏ

 ଚାହିଁବ ଠାକୁର ଆଡ ନୟନରେ ମୁଁ ଦୁଃଖିଟିଏ

 ଏତିକି ଗୁହାରି ତୁମକୁ ମୁଁ କରୁଥାଏ. ମନ ହୃଦୟ ରେ

 ତୁମକୁ ଅନୁଭବ କରୁଥାଏ. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama