STORYMIRROR

Pranati Acharya

Drama Tragedy Others

4  

Pranati Acharya

Drama Tragedy Others

ସଂସାର ହାଟ

ସଂସାର ହାଟ

1 min
165


ସଂସାର ହାଟର ବେପାରୀ ଉପରେ ବସିଛି ନିକିତି ଧରି 

ଧର୍ମ ଅଧର୍ମର କେତେ ସୌଦା କଲ ଦିଅଇ ହିସାବ କରି ।। 

ଜନମ ମରଣ ସଂସାର ଭିତରେ ଲାଭ କ୍ଷତି ଭରା ହାଟ 

କେଉଁଠି କିଏ ଯେ ପହଞ୍ଚିବ ଯାଇ ଖୋଜି ପାଇବନି ବାଟ ।। 

ସଂସାର ହାଟରେ ସୁଖର ସୌଦା ମହଙ୍ଗାଠୁ ଭାରି ବେଶୀ 

ଦୁଃଖ ସାଥେ ମିଳେ ଅପନିନ୍ଦା ବୋଝ ମାଗଣାରେ ପେଲି ପଶି ।। 

ସୁଖର ହାଟରେ କରେ ଯେ ସୌଦା ଆନନ୍ଦରେ ଥାଏ ସିଏ 

ଦୁଃଖର ହାଟଟି ଯାହାର ଭାଗ୍ୟରେ ନିତି ସିଏ ଜଳୁ ଥାଏ ।। 

ସଂସାର ହାଟର ଯେତେ କିଣାବିକା ବେଳ ଥାଉ କିଣିନିଅ 

ସୌଦା କିଣାରେ ମୂଲ ଚାଲ କରି ଲାଭ ବିଚାରକୁ ନିଅ ।। 

ଅଦେଖା ଅଲେଖା ହାଟରେ ଏ ମନ କର ତୁହି କାରବାର 

ଅନେକ ଦିନର କଷ୍ଟ ତୋର ନିଶ୍ଚେ ଅଳପକେ ହେବ ଦୂର ।। 

ମଣିଷ ଆସିଛି ସଂସାର ହାଟକୁ ଜୀବନ ସୌଦା କରି 

ସୁଖର ଦୁଃଖର ସୌଦା କରି ତା ଥଳି ଯାଇଥାଏ ଭରି ।। 

ହାଟକୁ ଆସିଛି ସୌଦା କରି ଯେ ହାଟର ସୌଦା ସାରି 

କରି ହାଟ ସୌଦା ରୁହେନି ହାଟରେ ନିଶ୍ଚେ ଆସିଥାଏ ଫେରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama