STORYMIRROR

SOUBHAGYABATI GIRI

Drama Others

4  

SOUBHAGYABATI GIRI

Drama Others

ପୁଅପିଲା

ପୁଅପିଲା

1 min
49

ପୁଅପିଲା ହେଇ ବଞ୍ଚିବାଟା ଭାରି କଷ୍ଟରେ

ପୁଅପିଲା ହେଇ ବଞ୍ଚିବାଟା ଭାରି କଷ୍ଟ

ଘରେ ଭଉଣୀଠୁ ଦଶବିଧା ଖାଇସାରି ଗୋଟାଏ ଦେଲେ ବି ବାପା ଆସି ଭାଇକୁ ପିଟି ପକାନ୍ତି 

ସ୍କୁଲ୍ରେ ପୁଅଝିଅ ଝଗଡା ହେଲେ ସାର୍ ପୁଅପିଲାକୁ ପିଟି ପକାନ୍ତି 

ସତରେ ପୁଅପିଲା ହେଇ ବଞ୍ଚିବାଟା ଭାରି କଷ୍ଟ ।


କଲେଜ୍ରେ ବି ଡରିଡରି ବାଟ ଚାଲୁଥାଏ ପୁଅ ପିଲାଟି

କୋଉ ଝିଅ କାଳେ ତାକୁ ଚାହିଁଦେବ,ହସିଦେବ

କୋଉ ଝିଅ ସହିତ ଅଜାଣତରେ ଯଦି ଟିକେ ବାଜିଗଲା,ସାଙ୍ଗମାନେ ଲାଗିପଡି ସେଇ ଝିଅ ସହିତ ସେଟିଙ୍ଗ୍ କରେଇ ଦିଅନ୍ତି


ଆଉ ଯଦି କୌଣସି କାରଣରୁ ସଂପର୍କ ଭାଙ୍ଗିଗଲା ସେଇ ସାଙ୍ଗମାନେ ତାତ୍ସଲ୍ୟ କରି କୁହନ୍ତି  

 ହତାଶିଆ ପ୍ରେମିକର ବୁକୁଫଟା ଚିତ୍କାର

ସତରେ ପୁଅପିଲା ହେଇ ବଞ୍ଚିବାଟା ଭାରି କଷ୍ଟ ।


ପାଠପଢା ସରୁସରୁ ଚାକିରୀ ଖଣ୍ଡେ ନ କରି ପାରିଲେ ନାଁ ଆଗରୁ ଲାଗିଯାଏ ଛତରା,ବାତରା ନହେଲେ ବେକାରୀ 

ଏଇ ଟେନସନ୍ ରୁ ବାହାରିବାକୁ ଯଦି କେବେ ଭୁଲ୍ ରେ ଥରେ କୋଉ ନିଶାଦ୍ରବ୍ୟରେ ହାତ ବାଜିଗଲା,

ପୁଣି ଲାଗିଯାଏ ମଦୁଆ,ଗଞ୍ଜିଡିଆ,ଭାଙ୍ଗୁଆ

ସତରେ ପୁଅପିଲା ହେଇ ବଞ୍ଚିବାଟା ଭାରି କଷ୍ଟ ।


ବାହା ନ ହେଇ ରହିଗଲେ କିଛି ଲୋକ କୁହନ୍ତି ଓଥଡା

ବାହାହେଇ ସ୍ତ୍ରୀ କୁ ତା ମନ ମୁତାବକ ଜିନିଷ ଯୋଗାଇବାରେ ଟିକେ କମି ହେଲେ ସ୍ତ୍ରୀ କହେ ଧିକ୍ ତମ ସ୍ୱାମୀପଣିଆକୁ,

ମୋ ସାଙ୍ଗମାନଙ୍କର ସ୍ୱାମୀମାନେ କେତେଏ ଭଲ

ସତରେ ପୁଅପିଲା ହେଇ ବଞ୍ଚିବାଟା ଭାରି କଷ୍ଟ ।


ଶାନ୍ତିରେ ବଞ୍ଚିବାକୁ ବାହାଘର ପରେ ବାଘରୁ ବିଲେଇ ହେଲେ କିଛି ଲୋକ କୁହନ୍ତି ଏଇ ଦେଖ ଯାଉଚି ମାଇପିବୋଲିଆ

ଆଉ ବାଘରୁ ବିଲେଇ ନ ହେଲେ ସ୍ତ୍ରୀ ଦଉଡିଯାଏ

ଥାନାକୁ ,

ତା'ପରଦିନ ପେପର୍ରେ ବାହାରେ

" ଯୌତୁକ ପାଇଁ ନବବଧୂ କୁ ନିର୍ଯାତନା "

ସତରେ ପୁଅପିଲା ହେଇ ବଞ୍ଚିବାଟା ଭାରି କଷ୍ଟ


ସାରାଜୀବନ ର ଶ୍ରମ ପୁଅଝିଅଙ୍କୁ ମଣିଷ କରିବାରେ ଲଗେଇଲା ପରେ ବି ଗୁଣଗାନ ହୁଏ ମା' ର , ବାହାବା ନିଏ ମା 

ଆଉ ବାପା ?

ସତରେ ପୁଅପିଲା ହେଇ ବଞ୍ଚିବାଟା ଭାରି କଷ୍ଟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama