ନୀରବ ଝଡ଼
ନୀରବ ଝଡ଼


ସମ୍ପର୍କର ଏଇ ଅଡୁଆ ସୂତାରେ
ବାନ୍ଧି ହୋଇଥିଲେ ଦୁହେଁ
ମନ ସାଥେ ମନ ଯାଇଥିଲା ମିଶି
ହୃଦୟକୁ ତୁମ ଚାହେଁ ||
ସାଇତି ଥିଲି ମୁଁ ମୋ ମନର ସ୍ମୃତି
ହୃଦୟରେ ଥିଲି ଲେଖି
ତୁମରି ସ୍ମୃତିକୁ ପାଥେୟ କରି ମୁଁ
ବଞ୍ଚିବାଟା ଗଲି ଶିଖି ||
ଅଦିନରେ କେଉଁ ନୀରବ ଝଡ଼ଟା
ଧକ୍କା ଦେଲା ମୋ ମନରେ
ଭାଙ୍ଗି ଗଲା ସବୁ ସପନର ଘର
ଯାହା ସାଇତିଲି ଥରେ ||
ନୀରବ ଝଡ଼କୁ କଲି ସମର୍ଥନ
ଭାବି ମୁଁ ଈଶ୍ୱର ଦାନ
ମରୀଚିକା ପଛେ ଧାଁଉ ଥିଲି ମୁହିଁ
ବୁଝି ଗଲା ମୋର ମନ ||