STORYMIRROR

ବି. ନିରୁପମା

Others

4  

ବି. ନିରୁପମା

Others

ରହ,ରହ,ରହରେ....

ରହ,ରହ,ରହରେ....

1 min
193


ରେ ନିର୍ଲଜ ଲଙ୍କପତି ପର ନାରୀ ହରୁ,

ବାରଣ ନ ମାନି ମୋର ଅଟ୍ଟହାସ୍ୟ କରୁ ।

ନାହିଁ ବିବେକ ତିଳେ....

ଛାଡ଼ିଦେ ,ପେଶିବି ତୋତେ ଶମନର ଆଳେ ।

ନାହିଁ ବିବେକ ତିଳେ....


ତିନିପୁରରେ ତୋହର ରହିଅଛି ଯଶ ,

ସେ ଯଶକୁ ନିଜେ ତୁହି କରୁଅଛୁ ଶେଷ ।

ହୋଇ ଗର୍ବେ ଅନ୍ଧରେ....

ଜାଣିଶୁଣି କରୁ ଏ କର୍ମ ଅତି ମନ୍ଦରେ ।

ହୋଇ ଗର୍ବେ ଅନ୍ଧରେ...


ଅନ୍ୟକୁ ସୁରକ୍ଷା ଦିଏ ଯିଏ ମହବଳୀ ,

ନୀଚ କର୍ମ କରେ ନାହିଁ କେବେ ତୋହଭଳି ।

ଲଢ଼ି ତୋହ ସଙ୍ଗେରେ....

ଏହି ମାତାଙ୍କୁ ଉଦ୍ଧରି ଘେନିଯିବି ବେଗେ ।

ଲଢ଼ି ତୋହ ସଙ୍ଗେରେ....


ବୀର ପରି ତୋ ସାଥିରେ କରିବି ମୁଁ ରଣ ,

ମୋର-ପକ୍ଷ, ଚଞ୍ଚୁ ଘାତେ ଘେନିବି ପରାଣ ।

ରହ,ରହ,ରହରେ....

ନ୍ୟାୟ କରିବି ମୁଁ ଏହି ନାରୀଙ୍କର ସହ ।

ରହ,ରହ,ରହରେ....




Rate this content
Log in