STORYMIRROR

Tapaswini Sarangi

Drama Inspirational Children

4  

Tapaswini Sarangi

Drama Inspirational Children

ବାଇ ଚଢେଇ

ବାଇ ଚଢେଇ

1 min
298


ଗାଁ ଆରପାରେ    ଦୂର ତାଳବଣେ

    ବରଡା ଫାଙ୍କେ ମୋ ଘର

ବିଶାଳ ଗଗନେ   କୁନି ଚଢେଇ ମୁଁ

    ବାଇଆ ନାମ ମୋହର।।

ପୋକ ଜୋକ ଖାଇ  ଉଡ଼ିବୁଲେ ମୁହିଁ

     କାଠି କୁଟା କରି ଜମା

ଶିଳ୍ପୀର ସମ     ବସାକୁ ଗଢଇ

     ଛିଣ୍ଡେ ନାହିଁ କେବେ ଜମା।।

ଧୀର ସମୀର ର    ଗତି ପ୍ରଗତିରେ

    ବସା ମୋ ଦୋହଲୁ ଥାଏ

ମୋ ଶିଶୁ ଶାବକ  ନୀଡ଼ ମଧ୍ୟେ ଥାଇ

   ରଜ ଦୋଳି ମଜା ନିଏ।।

ବିଲୁପ୍ତ ପ୍ରଜାତି    ହେଲାଣି ମୋ ଜାତି

    ଆଉ ଦେଖାଯାଉ ନାହିଁ

ତଥାପି ରହିଛି   ମୋ ଗାଥା କାହାଣୀ

    ଜନ ମନୁ ଯାଏ ନାହିଁ।।

ଏ କ୍ରୁର ମାନବ   ଜଙ୍ଗଲ କାଟିଲା

   ଗଢିଲା ବିରାଟ ସୌଧ

ସ୍ୱାର୍ଥପର ଜୀବ   ପଶୁ ପକ୍ଷୀ ଙ୍କୁ ସେ

    ଅଚିରେ କରିଲା ବଧ।।

ନୀଳ ଆକାଶର   ଶୂନ୍ୟତା ପରି

    ହେଲା ଆମ ଜାତି ଶୂନ୍ୟ

କାଁ ଆଁ ଭାଁ ଆଁ ମିଳୁ   କୋଉଠି କୋଉଠି

    ଯେଉଁଠି ନଥାନ୍ତି ଜନ।।

ଏବେବି କୁହନ୍ତି  ଛୋଟ ପିଲାଙ୍କୁ ତ

   ମୋ ନାଆଁ ରେ ବୁଝେଇ

ଯେବେ ତା ଜେଜେମା କୋଳେ ଥାଇ ଶିଶୁ

    ମା'କୁ ତା'ର ଝୁରଇ।।

ବାଇ ଚଢେଇରେ  ବାଇ ଚଢେଇ

ତୋ ମା ଯାଇଛି ଗାଈ ଅଡେଇ

ଗାଈ ରୁ ଆଣିବ ପାଚିଲା ବେଲ

ବେଲ ଖାଇ କୁନା ହୋଇବ ଗେଲ।।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama