STORYMIRROR

SHIBASHANKAR DAS

Others

3  

SHIBASHANKAR DAS

Others

କବିତା ତୁମେ

କବିତା ତୁମେ

1 min
165

ତୁମେ କବିତା....

ମୋ ଦୁଃଖ ବେଳର ସାଥୀ

ମୋ ସୁଃଖ ବେଳର ସାଥୀ

ତୁମେ କବିତା....

ମୋ ଲୁହର ସାଥୀ

ମୋ ଲହୁର ସାଥୀ

ତୁମେ କବିତା....


କେତେ ଆସିଲେ କେତେ ଛାଡ଼ିଗଲେ

କେତେ ଆସି ପୁଣି ସମ୍ପର୍କର ମାନେ ବୁଝାଇଲେ

କେତେ ନିଜଠୁ ବେଶୀ ଆପଣାଇବାର ଚେଷ୍ଟା କଲେ

ପୁଣି ଆଉ କେତେ ନିଜ ଜୀବନର ମଜା ମୋଠୁ ନେଇଗଲେ

ହେଲେ କବିତା ତୁମେ ଏଯାଏ ଅଛ........


ତୁମେ କବିତା....

କେବେ ବନ୍ଧୁ ଭାବିନକି

କେବେ ଶତ୍ରୁ ଭାବିନ ମୋତେ

କେବେ ବିରହୀ କହିନ

କି କେବେ ଯନ୍ତ୍ରଣା ଦେଇନ ଏତେ

ତୁମେ କବିତା....

ମୁଁ ବରଂ ଭୁଲିଯାଇଛି ତୁମକୁ କେବେ

ହେଲେ ତୁମେ ଜମା ମୋତେ ଭୁଲି ନାହଁ

ମୁଁ ବରଂ ହଜିଯାଇଛି କେବେ କାହା ଭାବନାରେ

ହେଲେ ତୁମେ ମୋ ଛଡ଼ା କାହାକୁ କେବେ ଖୋଜି ନାହଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍