ଆମେ ପୁରୁଷ
ଆମେ ପୁରୁଷ
ନଡ଼ିଆ ଭଳିଆ ବାହାରୁ ଟିକେ ଶକ୍ତ ଆମେ
ହେଲେ ଭିତରଟା ପୁରା ଆମ କୋମଳ
ହଁ ଶାରୀରିକ ଗଠନରେ ପୁରା ଶକ୍ତ ଆମେ
ହେଲେ ହୃଦୟଟା ପୁରା ଆମ ଦୁର୍ବଳ ।
ଲୁହ ବିନ୍ଦୁଟିଏ ବି ଆଖିରୁ ଆମ ଝରିବାକୁ
ହଜାରେ ବାର ଭାବିଥାଏ ,
ଆଉ ଯନ୍ତ୍ରଣା ଥିଲେ ବି ଥରେ କହିବାକୁ
ଓଠ ବାରମ୍ବାର ଅଟକାଉଥାଏ ।
ଆମେ ପୁରୁଷ
ଭୁଲ୍ ନ ଥିଲେ ବି ଭୁଲ୍ ମାନିନେବାକୁ ପଡ଼େ ,
ଆମେ ପୁରୁଷ
ଅଡ଼ୁଆ ଥିଲେ ବି ଏଡଜଷ୍ଟ୍ କରିବାକୁ ପଡ଼େ ।
ଆମେ ପୁରୁଷ
ନିଜର କେହି ମହିଳା ସହ କଥା ହେବାକୁ ବି ଦଶଥର ଭାବୁ ,
ଆମେ ପୁରୁଷ
ଆଉ ଆମେ ବି କେବେ କେବେ ନିଜକୁ ଅସୁରକ୍ଷିତ ଭାବୁ ।
