STORYMIRROR

କଳ୍ପନା ରାୟ

Drama Tragedy Action

4  

କଳ୍ପନା ରାୟ

Drama Tragedy Action

ସଫଳତା

ସଫଳତା

1 min
185


କଷ୍ଟର ପାହାଡ ଚଢିପାରେ ଯିଏ

ସଫଳତା ପାଦ ଛୁଏଁ

ବିନା କଷ୍ଟରେ ସଫଳତା ମିଳିଲେ

ମାଦକତା କ'ଣ ଥାଏ ??

ଜଞ୍ଜାଳ ବଢ଼ିଲେ କଷ୍ଟ ବଢେ ଆପେ

ସେଥିରୁ କି ମୁକୁଳି ହୁଏ

କେତେ ସମସ୍ୟା ଯେ ଜଞ୍ଜାଳରୁ ଆସେ

ଇଛା ନ ଥିଲେ ବି ଗୁଡେ଼ଇ ହୁଏ

ଜାଣିଛ କି ଭାଇ କିଏ

କେତେ ଲୋକଙ୍କୁ ପାରି କରେ ନାଉରୀ

ନିଜେ କ'ଣ ପାର ପାଏ


ସଂସାର ନାଆର ଯେତେକ ନାଉରୀ

ସବୁ ପରା ସେହି ଜଣେ

ପରାଣର ମୂଲ୍ୟ ସେହି ତ ଜାଣିଛି

ଖେଳିବାଟା ସାର ତେଣେ

ଡାକିବା ଭକ୍ତ ବି ପରୀକ୍ଷା ଦେଉଛି

ଏହି ଭଵ ଭୂମି ବଣେ

ନ ଡାକିବା ଜନ ହସି ହସି ଅଛି

ସଫଳତା ପାଦ ଚୁମେ

ଆଗକୁ ନେବାର ଶିବି ସଫଳତା

ରଖିଥିଵ ଭାଇ ମନେ

ସନ୍ଦେହ ନ କର ତୁମେ

ମନପ୍ରାଣ ଯଦି ଝୁମିଲା ଖୁସିରେ

ସଫଳତା ବୋଲି ଜନ ଜାଣେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Drama