STORYMIRROR

Smitali Priyadarsini Panda

Drama Romance Tragedy

3  

Smitali Priyadarsini Panda

Drama Romance Tragedy

ଝୁରି ହେଉଛି ମୁଁ ନିତି

ଝୁରି ହେଉଛି ମୁଁ ନିତି

1 min
157

ହୃଦୟରେ ପ୍ରେମ ମନ୍ଦିର ତୋଳିଛି

ବିଶ୍ୱାସ ପଥର ଦେଇ

ଦେବତା ଯେ ତୁମେ ମନ ମନ୍ଦିରର

ପୂଜେ ପୁଜାରିଣୀ ହୋଇ ।


ଦୁଃଖ କରିବିନି ଏଇ ମନେ କେବେ

ହେଲ ନାହିଁ ବୋଲି ସାଥି 

ତଥାପି କାହିଁକି ମନେ ପଡ ତୁମେ

ଝୁରି ହୁଏ ମୁହିଁ ନିତି ।


ପାଦ ମୁଁ ଦେଇଛି କଣ୍ଟା ଭରା ପଥେ

ଦୁଃଖକୁ କରି ନିଜର

କହିଯାଅ ସାଥି କାହିଁ ଗଲ ଭୁଲି

କରି ମତେ ଆଜି ପର ।

 

ତୁମ ସେ ବାଟକୁ ରହିଛି ଚାହିଁ ମୁଁ

ଫୁଲର ପାଖୁଡ଼ା ବିଞ୍ଚି

କେବେ ଆସି ତୁମେ କହିଦେବ ସାଥି

ମୁଁ ତୁମର ସବୁ କିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama