ଝୁରି ହେଉଛି ମୁଁ ନିତି
ଝୁରି ହେଉଛି ମୁଁ ନିତି
ହୃଦୟରେ ପ୍ରେମ ମନ୍ଦିର ତୋଳିଛି
ବିଶ୍ୱାସ ପଥର ଦେଇ
ଦେବତା ଯେ ତୁମେ ମନ ମନ୍ଦିରର
ପୂଜେ ପୁଜାରିଣୀ ହୋଇ ।
ଦୁଃଖ କରିବିନି ଏଇ ମନେ କେବେ
ହେଲ ନାହିଁ ବୋଲି ସାଥି
ତଥାପି କାହିଁକି ମନେ ପଡ ତୁମେ
ଝୁରି ହୁଏ ମୁହିଁ ନିତି ।
ପାଦ ମୁଁ ଦେଇଛି କଣ୍ଟା ଭରା ପଥେ
ଦୁଃଖକୁ କରି ନିଜର
କହିଯାଅ ସାଥି କାହିଁ ଗଲ ଭୁଲି
କରି ମତେ ଆଜି ପର ।
ତୁମ ସେ ବାଟକୁ ରହିଛି ଚାହିଁ ମୁଁ
ଫୁଲର ପାଖୁଡ଼ା ବିଞ୍ଚି
କେବେ ଆସି ତୁମେ କହିଦେବ ସାଥି
ମୁଁ ତୁମର ସବୁ କିଛି ।

