STORYMIRROR

Smitali Priyadarsini Panda

Drama Romance Fantasy

3  

Smitali Priyadarsini Panda

Drama Romance Fantasy

ଅକୁହା କଥା

ଅକୁହା କଥା

1 min
171

ଲେଖିଯାଏ ଆଜି ଅକୁହା କଥା ସେ

ହୃଦୟରେ ଚାପି କୋହ

କଲମର କାଳୀ ସାଥେ ମିଶିଯାଏ

ଦରଦୀ ଆଖିରେ ଲୁହ


ହୃଦୟ ବ୍ୟାକୁଳେ ଖୋଜଇ ଆକୁଳେ

ଅଭୁଲା ଅତୀତ କଥା

ତୁମ ସେ ମିଳନ ଜାଳେ ରାତି ଦିନ

ହୃଦୟରେ ଦିଏ ବ୍ୟଥା ।


ଭାଙ୍ଗି ଚାଲିଗଲ ସ୍ୱପ୍ନର ମହଲ

ଠେଲି ଘୋର ଅନ୍ଧକାରେ

ଅଭିଶପ୍ତ ପରି ଅନୁତାପେ ଜଳେ

ଓଦା କରି ଆଖି ନୀରେ ।


Rate this content
Log in

Similar oriya poem from Drama