Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitali priyadarsini Panda

Drama Romance Tragedy

3  

Smitali priyadarsini Panda

Drama Romance Tragedy

ଅପେକ୍ଷାରେ ତୁମ

ଅପେକ୍ଷାରେ ତୁମ

1 min
164



ବିଶ୍ୱାସରେ ମନ ତୁମକୁ ଦେଇଛି

ବିଶ୍ୱାସ ମୋ ନଭଙ୍ଗିବ

ମନ ଫରୁଆର ସିନ୍ଦୂର ହୋଇ ଯେ

ଜନ୍ମ ଜନ୍ମ ରହିଥିବ  !


ମାଗୁ ନାହିଁ ଧନ ଅବା ବଇଭବ

ସୁନା ରୂପା ହୀରା ମଣି

ଚାଲୁଥାଓ ସାଥେ ଛାଇଟିଏ ପରି

ଛନ୍ଦି ବନ୍ଧନର ପାଣି  !


କଣ୍ଟା ନୁହେଁ କେବେ ଫୁଲ ବିଞ୍ଚି ଦିଅ

ଚଲାପଥ ଧାରେ ମୋର

ଅପେକ୍ଷାରେ ତୁମ ଅଭିସାରିକା ମୁଁ

କରିନିଅ ଆପଣାର  !


ମହକାଇ ଦିଅ ମନ ଅଗଣାକୁ

ପ୍ରୀତିର ପାଖୁଡ଼ା ବିଞ୍ଚି

କେବେ ଆସି ପ୍ରିୟ କହିଦିଅ ଥରେ

ମୁଁ ତୁମର ସବୁ କିଛି  !


Rate this content
Log in

Similar oriya poem from Drama