STORYMIRROR

ବି. ନିରୁପମା

Drama Romance Action

4  

ବି. ନିରୁପମା

Drama Romance Action

ତୁନି ଥିଲି ଆଜି ଯାଏ

ତୁନି ଥିଲି ଆଜି ଯାଏ

1 min
248


ମୋତେ ଏଇକ୍ଷଣି ଚାହୁଁଛ ଯେମିତି

ମାଡୁଅଛି ଭାରି ଲାଜ ,

କାହାକୁ କହିବି ଏ ମରମ କଥା

ଭାବି ମୁଁ ପାରୁନି ଆଜ ।


ଓଢ଼ଣା ଫାଙ୍କରୁ ଚାହିଁଲି ଯେମିତି

ହସିଦେଲ ଆଖି ଠାରି ,

ତୁମ ହସ ମୋତେ ବଶ କରିନେଲା

ଛାତି ହୋଇଗଲା କୋରି ।


ବଡ଼ ଭାଇ ଦେଖି ମୁରୁକି ହସନ୍ତି

ଭଉଣୀ ଠାରନ୍ତି ମଥା ,

ତୁମ ପାଖେ ମୋର କହିବାକୁ ଅଛି

କେତେ ଅସରନ୍ତି କଥା ।


ଶୁଣାଇବି ବୋଲି ଭାବି ଆସିଛି ମୁଁ

ଭାଇ ବସିଛନ୍ତି ପାଖେ ,

କହୁଅଛି ବୋଲି ଦୋଷ ଧରିବନି

ତୁନି ଥିଲି ଆଜି ଯାକେ ।


ବାଳୁତ କାଳରୁ ତୁମସହ ଭାବ

ଖେଳୁଥିଲି ମୂର୍ତ୍ତି ଧରି ,

ହେ ଲବଣୀ ଚୋର ,ମୋ ଲବଣୀ ଚୋର

ଡାକୁଥିଲି ସ୍ନେହ କରି ।


ଅଜାଣତେ କେବେ ହୋଇଗଲା ଭାବ

ପାରିଲିନି ଜମା ଜାଣି ,

ବାଲ୍ୟ ସଙ୍ଗିନୀରୁ ପ୍ରେୟସୀ ସାଜିଲି

ଦେଖି ଠାଣି ,ଗାଥା ଶୁଣି ।


ତୁମର ଟିକିଏ ଭେଟ ପାଇବାକୁ

ଖୋଜିଲି ମୁଁ ଅହରହ ,

ଜଣେଇଲେ ଲୋକ ଏଇଠି ରହୁଛ

ଭାଇ ଭଉଣୀଙ୍କ ସହ ।


ଆସିଅଛି ତେଣୁ ଦେଖା କରିବାକୁ

କହୁଅଛି ଯୋଡ଼ି କର ,

ତୁମ ଅଙ୍ଗେ ମୋତେ ଲୀନ କରିଦିଅ

ହୋଇଯିବା ଏକାକାର।



Rate this content
Log in

Similar oriya poem from Drama