STORYMIRROR

Trushna Das

Abstract Drama Romance

4  

Trushna Das

Abstract Drama Romance

ତୁମେ ଯେ ମୋ ସପନର ନାୟିକା

ତୁମେ ଯେ ମୋ ସପନର ନାୟିକା

1 min
398

ତୁମେ ଯେ ମୋ ସପନର ନାୟିକା 

   ସପନରେ ଆସି ହୋଇ ଯାଅ ଗାୟିକା 

ସପନେ ଗାନ କରି ଯାଅ ଆମ ପ୍ରେମର ଗାଥା

    ଦିନ ଯାକ ମୁଁ ଗାଉ ଥାଏ ବସି ଆମ ପ୍ରେମର କବିତା। 


ତୁମେ ଯେ ମୋ ସପନର ନାୟିକା 

  ତୁମେ ପରା ଆମର ପ୍ରେମ କାହାଣୀର ଲେଖିକା 

ତୁମେ ଯେ ମୋ ପିଲା ଦିନରୁ ପ୍ରେମିକା

  ତୁମେ ହିଁ ତ ମୋର ବଞ୍ଚିବାର ଅଭିଲାଷା।


ତୁମେ ଯେ ମୋ ସପନର ନାୟିକା 

   ତୁମେ ମୋ ମନ ମନ୍ଦିରରେ ନେଇଛ ଦେବୀର ଭୂମିକା 

ତୁମକୁ ନେଇ ମୋ ମନରେ ଅନେକ ଆଶା

   ତୁମେ ପରା ମୋ କବିତାର ପରିଭାଷା। 


ତୁମେ ଯେ ମୋ ସପନର ନାୟିକା 

   ତୁମ ଓଠରେ ଦେଖିଲେ ହସ

ମୋ ମନ ହୋଇ ଯାଏ ଉଲ୍ଲାସ 

   ତୁମକୁ ପାଇଗଲେ ମୋ ଜୀବନେ ରହିବ ନାହିଁ ଅବଶୋଷ।


ତୁମେ ଯେ ମୋ ସପନର ନାୟିକା 

   କଥା ଦିଅ ହୋଇବ ନାହିଁ ମରୀଚିକା 

ଆସିବ ମୋ ଜୀବନସାଥୀ ହୋଇ, ତୁମେ ପରା ମୋ ମନ ନାୟିକା 

   ମେଣ୍ଟାଇବାକୁ ମୋ ପ୍ରେମର ତୃଷ୍ଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract