STORYMIRROR

sudhakar sethi

Drama

4  

sudhakar sethi

Drama

ପ୍ରିୟା ଶ୍ରାବଣୀ

ପ୍ରିୟା ଶ୍ରାବଣୀ

1 min
119


ନୀଳଶାଢୀ ପିନ୍ଧି ଚାଲୁ ଥିରିଥିରି

ରୂପରେ ଅନନ୍ୟା ସତେ ଅବା ପରୀ

ହେମକୁରଙ୍ଗୀ ପରି ତୋର କଟୀ

ଦରଶନ ମାତ୍ରକେ ହୃଦ ପଡେ ଥକି।

ବିଜୁଳି ଦେଖାଏ ତୋର ଚଲାପଥ

ରୁମଝୁମ ଶବଦେ ଚାଲୁ ତୁହି ବାଟ

ଚିକମିକ ମୁହଁ ତୋର ମନଲୋଭା

ଦେଖିଦେଲେ ଥରେ ହୃଦପଡେ ବନ୍ଧା।


ଚିହ୍ନି ପାରିଲିନି ଆଗୋ ହେ ସୁନ୍ଦରୀ

ତୋ ରୂପରଙ୍ଗେ ମନ ହେଲାଚୋରୀ

ଉଠିଲା ହୃଦେ ଝଡ ପିରତିର 

ମଦନ ପରଶେ ହେଲି ମୁଁ ଅଧିର।

ଭାବୁଭାବୁ ଶ୍ରାବଣୀ ଦେଲି ଡାକି

ଶରମି ଅଳପ ଦୁରେ ରହିଲ ଅଟକି।

ମନରେ ଲାଗିଲା ପିରତି ମହକ

ହୃଦ ବିକଳରେ ଖୋଲିଲା ଫାଟକ ।


ନରମ ଆଖିରେ ଆଖିକୁ ମିଶାଇ

ପିରତି ପରଶ ଦେଲ ତୁମେ ଛୁଇଁ

ଚୁପିଚୁପି କାନେ ମୋର ଦେଲ କହି 

ମୁଁ ଶ୍ରାବଣୀ ଗୋ ତୁମପାଇଁ ଗଢିଅଛି ବିହି।


ତୁମେ ମୋର ପ୍ରୀୟ ମୁଁ ତୁମ ମାନସୀ

ଭୁଲି ଗଲ ନାଥ ମୁଁ ତୁମ ପ୍ରେୟସୀ 

ମୋ ପାଇଁ ତୁମର କବିତା ମୂର୍ଚ୍ଛନା

ତୁମ ବିନା ହୁଏ ମୁଁ ଆନମନା

ତୁମ ପିରତିର ଅକୁହା କାହାଣୀ

ମନ ମନ୍ଦିରରେ ତୁମ ପୂଜାରିଣୀ।


ସାରା ଦେହ ଭିଜାଇ ଦେଲଗୋ ସୁନ୍ଦରୀ

ମନରେ ଖେଳିଲା ସପନ ଅସୁମାରୀ

ପୁଣି ଫେରିଛ ଆଗୋ ମୋ ପ୍ରେୟସୀ

ପ୍ରତିକ୍ଷା ମୋ ଅନ୍ତହେଲା ଆସି।


ଯେତେ ଭିଜାଅ ଦେହ ମନକୁ

ଭିଜିଯାଏ ତୁମ ରଙ୍ଗେ

କେତେ ମିନତିରେ ତୁମେ ଯେ ଫେରିଅଛ

ଚଗଲି ରିମଝିମ ବରଷା ସଙ୍ଗେ।

 

ମନମୋ ନାଚୁଛ ହୃଦୟ ଥରୁଛି

ଦେହେ ଅଛି ଅଜବ ଶିହରଣ

ତୁମ ଛୂଆଁ ସତେ ଏତେ ମାଦକତା

ଅଧିର ହେଉଛି ଆଜି ଏ ପରାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama