STORYMIRROR

Priyabrata Mohanty

Drama Tragedy Classics

3  

Priyabrata Mohanty

Drama Tragedy Classics

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

1 min
310

କେଡ଼େ ଅବିବେକି     ଭାବିଲନି ଟିକେ

       ନେବାକୁ ଶେଷ ନିଷ୍ପତି,

ବଞ୍ଚି ଥାଉଁ ଥାଉଁ      ମାରିଦେଲ ମତେ

       ହୋଇଛି ପାଷାଣ ମୂର୍ତୀ ।। ଘୋଷା ।।


ନୟନରୁ ଝରେ ନିରନ୍ତର ଅଶ୍ରୁ

ଅସହ୍ୟ ହୁଏ ଯନ୍ତ୍ରଣା,

ମନର ସପନ ଭାଙ୍ଗେ ଖଣ୍ଡ ଖଣ୍ଡ

ତ ବିନା ବଂଚି ପାରେନା ।।


କେମିତି ଭୁଲିବି ଅତୀତର ସ୍ମୃତି

ସାଥେ ଥିଲୁ ଦିନ ରାତି,

କେମିତି ଭୁଲିବି ଜାଗର ବତୀ

ମିଳିଥିବା ପ୍ରେମ ପ୍ରୀତି ।।


ତୁମେ କହୁଥିଲ      ମୁଁ ଚନ୍ଦ୍ରବଦନା

       ମୁଖରୁ ବାହାରେ ଜ୍ୟୋତି,

କେଡ଼େ ଅବିବେକି      ଭାବିଲନି ଟିକେ

       ନେବାକୁ ଶେଷ ନିଷ୍ପତି ।।


ସାଥି ହୋଇ ଆମେ ବୁଲୁଥିଲୁ କେତେ

ନଥିଲା କାହାର ଡର,

ସାତ ଫେରା ନେଇ ସାଥି ହୋଇ ଥିଲୁ

ଗଢ଼ି ଥିଲେ ପ୍ରେମ ଘର ।।


କଥା ଦେଇ ଥିଲ କରିବନି ଏକା

ଆସୁ ଯେତେ ଝଡ଼ ଝଞ୍ଜା, 

ବିପଦ ପଡ଼ିଲେ ଯିବା ସାଥି ହୋଇ

କରିବା ମନ୍ଦିରେ ପୂଜା ।।


ତୁମେ କହୁଥିଲ     ଦେଖି ଦେଲେ ଥରେ

         ମିଳିଯାଏ ଆତ୍ମ ତୃପ୍ତି,

କେଡ଼େ ଅବିବେକି     ଭାବିଲନି ଟିକେ

        ନେବାକୁ ଶେଷ ନିଷ୍ପତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama