STORYMIRROR

Priyabrata Mohanty

Abstract Drama Romance

3  

Priyabrata Mohanty

Abstract Drama Romance

ଲେଖା ପଛର ପ୍ରେରଣା

ଲେଖା ପଛର ପ୍ରେରଣା

1 min
329

ତୁ 'ମ' ପଛରେ     ତୁ 'ମ' ଆଗରେ

ରହିଛୁ 'ମ' ପାଖେ ପାଖେ,

ତୁ 'ମ' ମନରେ     ତୁ 'ମ' ଓଠରେ,

ରହିଛୁ ବନ୍ଦ ଆଖିରେ ।।


ଶିକ୍ଷକ ହୋଇ     ଜ୍ଞାନ ଦେଉଛୁ

ବିପଦରୁ ଟାଣି ଆଣୁ,

ଝୁଣ୍ଟି ପଡିଲେ     ଧରି ନେଉ ତୁ

ସାଥି ହୋଇ ବାଟ ଚାଲୁ ।।


ଶବ୍ଦ ଭଣ୍ଡାର     ଭାବର ଘର

ନବରସେ ତୋ ସିଙ୍ଗାର

ହଜିଲା ବାଜି     ଜିତି ମୁଁ ଥାଏ

ପାଖେ ଥିଲେ ତୁ ମୋର ।।


କଲମ କାଳି     ହୋଇ ତୁ ଚାଲୁ

କବିତାରେ ଝରୁ ଥାଉ,

ରଙ୍ଗର ତୁଳି     ସାଜି ତୁ ଯାଇ

ଚିତ୍ର କେତେ ଆଙ୍କି ଦେଉ ।।


ଯାହାବି କିଛି     ହୋଇଛି ଆଜି

ତୋର ମାର୍ଗ ଦର୍ଶନେ,

ତୋର ପ୍ରେରଣା     ବଳରେ ମୁହିଁ,

ଲେଖେ ଶବ୍ଦ ସୃଜନେ ।।


ତୁ ମୋର ପ୍ରେମ     ତୁ ମୋର ପ୍ରୀତି

ତୁ ବି ମନର ମାନସୀ,

ତୁ ମୋର ସ୍ୱର     ତୁ ମୋର ଗୀତ,

ଯେମିତି ବାଜେ ବଇଁଶୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract