STORYMIRROR

Priyabrata Mohanty

Drama Inspirational Children

3  

Priyabrata Mohanty

Drama Inspirational Children

ଅଭିନୟ

ଅଭିନୟ

1 min
256

ଦୁନିଆଁ ମଞ୍ଚରେ ଚାଲିଛି ନାଟକ

        ମଣିଷ କରୁଛି ଅଭିନୟ,

ଅଥୟ ମନରେ ଅଜଣା ଆତଙ୍କ

       କାଳେ ମିଳିବ ପରାଜୟ ।।


ଅଭିନୟ ଚାଲେ ଦିନ ଆଲୁଅରେ

        ଭରି ରହିଛି ନବରସ,

ରଙ୍ଗ ଧୋଇ ଗଲେ ହିସାବ ହୁଅଇ ,

        ନ ହୁଏ କ୍ଷମା କେଉଁ ଦୋଷ ।।


ସମୟ ସାଥିରେ ଗଡି ଚାଲେ ଦୃଶ୍ୟ

        ବଦଳୁ ଥାନ୍ତି ଚରିତ୍ର,

ଆଜି ଯିଏ ବୌହୁ କାଲି ସେ ବଉ

        ଭୂମିକା ବହୁ ବିଚିତ୍ର ।।


କେବେ କାନ୍ଦୁଥାଏ କେବେ ହସୁଥାଏ

        ଭୁଲି ଦୁଃଖ ସବୁ ନିଜର,

କେବେ ମରୁଥାଏ କେବେ ମାରୁଥାଏ

        ଜାରିଅଛି ସମର ତାର ।।


ଖଳ ନାୟକରୁ ହୁଏ ବି ନାୟକ

        କେବେ ପୁଣି ହାସ୍ୟ ରସିକ,

କେବେ ସେ ଚାକର କେବେ ସେ ଫକୀର

        ବୁଲି ବୁଲି ମାଗୁଛି ଭିକ ।।


ନାଟକ ସମାପ୍ତ ହୋଇଗଲେ ଏଠି

        ଯିବାକୁ ପଡ଼େ ମଞ୍ଚ ଛାଡ଼ି,

ଭଲ ମନ୍ଦର କରେ ହିସାବ

         ନିର୍ଦ୍ଦେଶକର ଚାବୁକ ଛଡି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama