STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ସମସ୍ତଙ୍କ ହୃଦେ ଭଗବାନ

ସମସ୍ତଙ୍କ ହୃଦେ ଭଗବାନ

1 min
12

   

      ( ରାଗ -- କାମୋଦୀ )


ସୃଷ୍ଟି ସର୍ଜନା ମତେ   ପ୍ରାଣୀମାନଙ୍କ ହିତେ  

    ସଂସାର ମଧ୍ୟେ ଯେତେ ଜନ,

ଜନମ ଲଭିଥାନ୍ତି   ସୌଭାଗ୍ୟ ପାଇଥାନ୍ତି 

      ସମସ୍ତ ହୃଦେ ଭଗବାନ,

  ଆତ୍ମା ରୂପରେ ଥାଆନ୍ତି ସେ ପରଂବ୍ରହ୍ମ,

ଚେତନ ଶକ୍ତି ହୋଇ  ଘଟ ଭିତରେ ଥାଇ

    ସଂସ୍କାରେ କରନ୍ତି ଉତ୍ତମ ।୧।

ପ୍ରାଣେ ପ୍ରାଣ ସଞ୍ଚାରି  ବଢ଼ାନ୍ତି ସୁଖ ଶିରୀ 

     ବୁଦ୍ଧି ବିବେକ ଜ୍ଞାନ ଦେଇ,

ଅନ୍ତର୍ନିହିତ ଗୁଣ     ପ୍ରକାଶିବା କିରଣ

     ହୃଦୟେ ଦିଅନ୍ତି ଯେ ସେଇ,

  ଆଦି ଅନାଦି ଅନନ୍ତ ସେ ପରମାତ୍ମା,

ସକଳ ଘଟେ ରହି   କରନ୍ତି ଜୀବେ ତ୍ରାହି 

      ଅସରନ୍ତି ତାଙ୍କ ମହିମା।୨।

ଜୀବର ସେ ପରମ   ପବିତ୍ର ତାଙ୍କ ଧାମ

      ଶ୍ରୀକ୍ଷେତ୍ର ନାମରେ ବିଦିତ,

ହୃଦୟ ସିଂହାସନେ   ବସନ୍ତି ସକାରଣେ

      ସେ ହିଁ ସତ୍ଯ ଶାନ୍ତି ଶାଶ୍ଵତ,

    ପ୍ରାଣର ପ୍ରାଣଶକ୍ତି ଅଗତିର ଗତି

ଅନାଥର ସେ ନାଥ   ଦେଖାଇଥାନ୍ତି ପଥ

       ବନ୍ଧନୁଁ କରନ୍ତି ମୁକତି।୩।

ଜଗତର କଲ୍ୟାଣେ   ରଖନ୍ତି ଜାଗରଣେ     

      ସେ ପୂର୍ଣ୍ଣବ୍ରହ୍ମ ଅବିନାଶୀ,

ଜୀବନକୁ ସରସ    କରନ୍ତି ଦେଇ ହସ 

    ତାଙ୍କ ଦିବ୍ୟଜ୍ୟୋତି ପ୍ରକାଶି,

   ସେ ଆର୍ତ୍ତତ୍ରାଣ ସଚ୍ଚିଦାନନ୍ଦ ଶ୍ରୀବିଷ୍ଣୁ ,

ଜୀବର ସେ ଜୀବନ  ସେ ପତିତ ପାବନ

      ସବୁ ଶ୍ରୀହୀନ ତାଙ୍କ ବିନୁ।୪।

ହୃଦେ ରହି ଶ୍ରୀହରି   ଭବରୁ କର ପାରି  

     ତୁମ ଶ୍ରୀପାଦେ ମୋର ସ୍ତୁତି,

ଆଶିଷ ଦିଅ ଢ଼ାଳି   ଆରତେ କରେ ଅଳି 

     ମୋ ଭାବରେ ରହୁ ଭକତି,

  ତୁମେ ତ ଭାବଗ୍ରାହୀ ଭକତ ବତ୍ସଳ,

ସବୁରି ଓଠେ ହସ   ଦିଅ ହେ ଜଗଦୀଶ 

     ଭବିଷ୍ୟତ କର ଉଜ୍ଜ୍ବଳ।୫।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract