STORYMIRROR

Sunanda Mohanty

Drama Action Inspirational

4  

Sunanda Mohanty

Drama Action Inspirational

ଭେକର ଭୋକ

ଭେକର ଭୋକ

1 min
16


ସହରର ଚକମକ ନିଅନ ଆଲୁଅରେ 

ସମସ୍ତେ ପ୍ରଜାପତି 

ସନ୍ଧ୍ୟା ଓ ରାତି ଦିନ ପରି ଲାଗେ 

ସ୍ବପ୍ନ ପୁରଣ ଅସରନ୍ତି 

କ୍ଷୁଧାରେ ପରାଣ ଆକୁଳ କାହାର 

କିଏ ଜାଣିବ କେମିତି 

ଭୋକ ନୁହେଁ ବରଂ ଭେକର ଏ ତାତି 

ଭେକ ନଥିଲେ ଭିକ ମିଳେନି 

ସେତେବେଳେ କହିଥାଆନ୍ତି 

କଥାଟା ଏକଦମ ଏଯାବତ ସତ ବୋଲି 

କହେ ରାସ୍ତାକଡ଼ ନିଅନ ଆଲୋକ ବତୀ 

ଭୋଜିଭାତ ପ୍ରିୟାପ୍ରୀତି ଇସ୍ତାହାର ରାଜନୀତି 

ସବୁପରେ ବି କ୍ଷୁଧାରେ ଆତୁରେ ନିତି 

କୋଢିଆ ସମସ୍ତେ କହନ୍ତି 

ଯେବେ ଜନ୍ମ ହେଲା ମାଆ ଛାତିରେ ନଥିଲା ତାତି 

ଖଣ୍ଡେ ବିସ୍କୁଟ ବା ଫାଳେ ସିଙ୍ଗଡ଼ାରେ ବଢ଼ି 

ପଚିଶ ବର୍ଷ ଭେଣ୍ଡିଆର ଯେତେ ଶକ୍ତି 

କେହି ବୁଝିବେ କେମିତି 

ସବୁ ଭୋଜି ଭାତ ପାଖେ ଆତଯାତ ଏମିତି 

ଶେଷକୁ ଚିରା କଦଳୀ ପତ୍ରରେ ଯିଏ ଯାହା ଦେଲା 

ଭାବେ କାନ୍ଦୁଥିବେ ପିଲା 

ଅପପୃଷ୍ଟି ହେଉ ପଛେ ବଢିଯାଆନ୍ତୁ କେମିତି କେମିତି 

ଆପେ ବଞ୍ଚିଲେ ବାପର ନାଁ କହନ୍ତୁ ପଛେ 

ହେଲେ ଛିଣ୍ଡା ବା ଛିଣ୍ଡିଯାଉଥିବା କଦଳୀ ପତ୍ର କରାମତି 

ଜାଣିବି ଅଜଣା ଆଜି ଭାତର ତାତି 

ଫୁଲ ଫଳ ନଈ ନାଳ ସବୁ ନିଷିଦ୍ଧ ଇଲାକା 

କାରଣ ତା ଦେହରେ ନାହିଁ ଦଶତୁଠ ଗାମୁଛା କି ଧୋତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama