ଖରା
ଖରା
ଖରା ବଡ଼ ତୋରା ପଖାଳ ଆସରା
ସୂର୍ଯ୍ୟ ଗାଉଥାନ୍ତି ପଞ୍ଚମ ସ୍ଵରେ
ଋତୁ ସବୁ ଆସିଯାଇ ମେଲିଥିଲେ ପସରା
ସବୁ ଅସ୍ୱଛକୁ ସ୍ୱଚ୍ଛ କରବେ ଭାସ୍କର ବାରେ
ବଗ ଦେହ ପରି ଖରା ଗ୍ରୀଷ୍ମ ନାମେ ତମ୍ଭୁ ପକାଇ
ଧରଣୀ ରାଣୀର ଅଞ୍ଚଳ ଭିତରେ ଜଗାଇ
ଗଛ କାଟ ନାହିଁ ପାଇବ କାଁହୁ ଯେ ଛାଇ
ଜଳର ଉତ୍ସ ଆସିବ କାହିଁ
ବାଷ୍ପୀୟ କରାଇ ସୂର୍ଯ୍ୟ ଦେବତା ଦେବେ ଶୁଖାଇ
ପୁଣି ବରଷା ମେଘ ସଵାରୀରେ ଆସିବ ଧାଇଁ
ସୂର୍ଯ୍ୟ ପ୍ରଭୁ ଯଦି ନଆସିବେ ଥରେ
ବରଷା ଶୀତଙ୍କ ମନମାନୀ ଶୁଖାଇ ବାରେ
ଭିଟାମିନ ଡି ଦେବେ ଶରୀର ପାଇଁ
ସୂର୍ଯ୍ୟଙ୍କ କଅଁଳ ଖରାରେ ବସିଲେ ଯାଇ
ଗଛର ମହତ୍ତ୍ୱ ବୁଝିବା ପାଇଁ
ଆସିଅଛି ଖରା ଋତୁ ବୋଲାଇ
ଚନ୍ଦନ ଯାତରା ସଙ୍ଗେ ଚତୁର୍ଦ୍ଧା ଭେଟ
ମଲ୍ଲୀ ଫୁଲ ଫୁଟି କେତେ ଯେ ନାଟ
ମଲ୍ଲିଫୁଲିଆ ଜଳ ପରଷି ପିଇବେ ଶୋଷି
ଟଙ୍କ ତୋରାଣୀ ଅବଢ଼ା ଅନ୍ନ
ପିଇବାକୁ ପରା ଉଚ୍ଛନ୍ନ ମନ
କୃଷ୍ଣଚୁଡା ଝରି ହୋଲି ପରଶେ
ନାଲି ହଳଦିଆ ରଙ୍ଗ ପ୍ରକାଶେ
ଦିନରେ ଖରାର ଉତ୍ତାପ ଯେତେ
ରାତି ହେଲେ ଯାଏ କୁଆଡେ ସତେ
ବୟସ ନହୁଲି ଦୋହଲି ଦୋହଲି
କହେ ଋତୁ ରାଜା ଆସିବୁ ବୋଲି
ଆସିଛି ବଉଳ ବାସ ସାଥେ ଆମ୍ବ ପଣସ ରସ
ରସରକଲି ଖାଉଥା ଆମ୍ବ ପଣସ ତାଳ ଖଜୁରୀ
ସବୁ ଋତୁ ପରି ଗ୍ରୀଷ୍ମ ସକାଳ
ଓଁରୁ ଆରମ୍ଭ ଖରା ତୋରା ଦେଖି ଗରମେ ବିକଳ
ଚାଷୀ ପୁଅ ଜୋଚି ହଳ ଲଙ୍ଗଳ
ବୁହାଇ ଝାଳ ଖାଏ ପାଖାଳ
ରୋଇ ଧାନ ସୁନ୍ଦର କ୍ଷେତ କାଟିବାକୁ ଧାନ
ଉଚ୍ଛନ ମନ ତା ସବୁଦିନ
ଖରା ନଥିଲେ କି ବରଷା ଶୀତର ଥାଆନ୍ତା ଚିହ୍ନ ।।