STORYMIRROR

Sunanda Mohanty

Abstract Drama Action

4  

Sunanda Mohanty

Abstract Drama Action

ଖରା

ଖରା

1 min
10


ଖରା ବଡ଼ ତୋରା ପଖାଳ ଆସରା 

ସୂର୍ଯ୍ୟ ଗାଉଥାନ୍ତି ପଞ୍ଚମ ସ୍ଵରେ 

ଋତୁ ସବୁ ଆସିଯାଇ ମେଲିଥିଲେ ପସରା 

ସବୁ ଅସ୍ୱଛକୁ ସ୍ୱଚ୍ଛ କରବେ ଭାସ୍କର ବାରେ 

ବଗ ଦେହ ପରି ଖରା ଗ୍ରୀଷ୍ମ ନାମେ ତମ୍ଭୁ ପକାଇ 

ଧରଣୀ ରାଣୀର ଅଞ୍ଚଳ ଭିତରେ ଜଗାଇ 

ଗଛ କାଟ ନାହିଁ ପାଇବ କାଁହୁ ଯେ ଛାଇ 

ଜଳର ଉତ୍ସ ଆସିବ କାହିଁ 

ବାଷ୍ପୀୟ କରାଇ ସୂର୍ଯ୍ୟ ଦେବତା ଦେବେ ଶୁଖାଇ 

ପୁଣି ବରଷା ମେଘ ସଵାରୀରେ ଆସିବ ଧାଇଁ 

ସୂର୍ଯ୍ୟ ପ୍ରଭୁ ଯଦି ନଆସିବେ ଥରେ 

ବରଷା ଶୀତଙ୍କ ମନମାନୀ ଶୁଖାଇ ବାରେ 

ଭିଟାମିନ ଡି ଦେବେ ଶରୀର ପାଇଁ 

ସୂର୍ଯ୍ୟଙ୍କ କଅଁଳ ଖରାରେ ବସିଲେ ଯାଇ 

ଗଛର ମହତ୍ତ୍ୱ ବୁଝିବା ପାଇଁ 

ଆସିଅଛି ଖରା ଋତୁ ବୋଲାଇ 

ଚନ୍ଦନ ଯାତରା ସଙ୍ଗେ ଚତୁର୍ଦ୍ଧା ଭେଟ 

ମଲ୍ଲୀ ଫୁଲ ଫୁଟି କେତେ ଯେ ନାଟ 

ମଲ୍ଲିଫୁଲିଆ ଜଳ ପରଷି ପିଇବେ ଶୋଷି 

ଟଙ୍କ ତୋରାଣୀ ଅବଢ଼ା ଅନ୍ନ 

ପିଇବାକୁ ପରା ଉଚ୍ଛନ୍ନ ମନ 

କୃଷ୍ଣଚୁଡା ଝରି ହୋଲି ପରଶେ 

ନାଲି ହଳଦିଆ ରଙ୍ଗ ପ୍ରକାଶେ 

ଦିନରେ ଖରାର ଉତ୍ତାପ ଯେତେ 

ରାତି ହେଲେ ଯାଏ କୁଆଡେ ସତେ 

ବୟସ ନହୁଲି ଦୋହଲି ଦୋହଲି 

କହେ ଋତୁ ରାଜା ଆସିବୁ ବୋଲି 

ଆସିଛି ବଉଳ ବାସ ସାଥେ ଆମ୍ବ ପଣସ ରସ 

ରସରକଲି ଖାଉଥା ଆମ୍ବ ପଣସ ତାଳ ଖଜୁରୀ 

ସବୁ ଋତୁ ପରି ଗ୍ରୀଷ୍ମ ସକାଳ 

ଓଁରୁ ଆରମ୍ଭ ଖରା ତୋରା ଦେଖି ଗରମେ ବିକଳ 

ଚାଷୀ ପୁଅ ଜୋଚି ହଳ ଲଙ୍ଗଳ 

ବୁହାଇ ଝାଳ ଖାଏ ପାଖାଳ 

ରୋଇ ଧାନ ସୁନ୍ଦର କ୍ଷେତ କାଟିବାକୁ ଧାନ 

ଉଚ୍ଛନ ମନ ତା ସବୁଦିନ 

ଖରା ନଥିଲେ କି ବରଷା ଶୀତର ଥାଆନ୍ତା ଚିହ୍ନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract