STORYMIRROR

Kabiratna Nutan Kumar Behera

Abstract Drama Inspirational

4  

Kabiratna Nutan Kumar Behera

Abstract Drama Inspirational

ବୀଜ ମନ୍ତ୍ର ' ଓଁ '

ବୀଜ ମନ୍ତ୍ର ' ଓଁ '

1 min
22

 


ବୀଜ ମନ୍ତ୍ର ' ଓଁ ' ଆଦ୍ୟ ପ୍ରଣବ ଧ୍ବନି 

ଓ ଉ ମ ତ୍ରିଧାରାର ଏ ବ୍ରହ୍ମ ଅଗ୍ନି ଯେ,

ମିଳନେ ଏକ ପୃଥକେ ଭିନ୍ନ ଭିନ୍ନ

ବ୍ରହ୍ମା ବିଷ୍ଣୁ ମହେଶ୍ଵର ତ୍ରି'ଙ୍କୁ ଘେନି ଯେ।


' ଓଁ ' କାରରୁ ସୃଷ୍ଟି ହୋଇଛି ବ୍ରହ୍ମାଣ୍ଡ 

ରୂପରେଖ ଯା'ର ଅନାଦି ଅଖଣ୍ଡ ଯେ,

ସ୍ବରୂପେ ଜଗତ ଚେତନ ଓ ଜଡ଼

ଜୀବ ଜନ୍ମେ ଧରି ତାର ଏକ ଭାଣ୍ଡ ଯେ।


ସଚରାଚର ମହୀମଣ୍ଡଳେ ସାର

ଅବ୍ୟୟ ଅକ୍ଷୟ ଧ୍ବନି ଏ ' ଓଁ ' କାର ଯେ,

ନିରାକାର ଆଦି ଶକ୍ତି ଶବ୍ଦବ୍ରହ୍ମ

ସଞ୍ଚାରେ ଜୀବନ ସୃଷ୍ଟିରେ ପରମ ଯେ।


ବ୍ରହ୍ମା ଭାବରେ କରିଥାନ୍ତି ସର୍ଜନ 

ବିଷ୍ଣୁ ରୂପରେ କରୁଛନ୍ତି ପାଳନ ଯେ,

ମହେଶ୍ବର ହୋଇ କରନ୍ତି ସଂହାର

ସବୁର ଆଧାର ଧାରଣେ ଓଁକାର ଯେ।


ଜନ୍ମରୁ ମରଣ ଯାଏଁ ଥାଇ ଘଟେ

ଉଦ୍ଧାରି ରଖିଥାନ୍ତି ସବୁ ସଂକଟେ ଯେ,

ପ୍ରାଣ ଶକ୍ତି ରୂପେ ଶରୀରରେ ରହି

ବିକାଶି ପ୍ରକାଶି କରୁଥାନ୍ତି ତ୍ରାହି ଯେ।


' ଓଁ ' କୁଣ୍ଡଳିନୀରୁ ହୁଅଇ ଝଙ୍କୃତ

ପ୍ରଶ୍ବାସରେ ପ୍ରାଣ ରୂପେ ନିନାଦିତ ଯେ,

ଥିବା ଯାଏଁ ଜୀବ ରୁହଇ ଜୀବିତ

ହୋଇଲେ ଅନ୍ତର ମୃତରେ ଘୋଷିତ ଯେ।


ଏକ ବ୍ରହ୍ମ ସମଷ୍ଟିରେ ପରଂବ୍ରହ୍ମ

ସେଇ ଓଁ ପରମାତ୍ମା ଅନନ୍ତ ଅସୀମ ଯେ,

ବ୍ୟଷ୍ଟିରେ ଏକକ ଆତ୍ମା ରୂପେ ଜ୍ଞାତ

ଅଜର ଅମର ସୃଷ୍ଟିରେ ଶାଶ୍ଵତ ଯେ।


ପରଂମାତ୍ମା ହେଲେ ସୂର୍ଯ୍ୟ ଆତ୍ମା ରଶ୍ମି

ପ୍ରକାଶି ଜ୍ୟୋତି ତାର ଛୁଏଁ ଭୂମି ଯେ,

ପରମଙ୍କଠାରୁ ଆସେ ସୂକ୍ଷ୍ମ ଆତ୍ମା

ପରମରେ ହୁଏ ଲୀନ ଏ ମହିମା ଯେ।


' ଓଁ ' କାରମୟ ସୃଷ୍ଟିତତ୍ତ୍ଵର ଭବ

ଭାବ ଭାବନାରେ ହୁଏ ଅନୁଭବ ଯେ,

ସତ୍ୟ ଭକ୍ତି ନିଷ୍ଠା ତାର ଉପାସନା

ଧ୍ୟାନେ ତାର ଦୂର ହୁଅଇ ଯାତନା ଯେ।


' ଓଁ ' କାର ଜପି ପ୍ରଭୁପାଦେ ଶରଣ

ନେଇ କରୁଛି ଜୀବନର ଜଣାଣ ଯେ,

ହୃଦେ ଥିଲେ ' ଓଁ ' କାରର ଜାଗରଣ

ସୁଦୟା କରନ୍ତି ପ୍ରଭୁ ଆର୍ତ୍ତତ୍ରାଣ ଯେ।


   




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract