ଜଗବନ୍ଧୁ ହେ ଗୋସାଇଁ
ଜଗବନ୍ଧୁ ହେ ଗୋସାଇଁ
ଜଗବନ୍ଧୁ ହେ ଗୋସାଇଁ ମନ ଝୁରେ ତୁମ ପାଇଁ,
ତୁମ ହସେ ଦେଖେ ମୁହିଁ ସୂରୁଜ ଆସୁଛି ଉଇଁ।
ତୁମେ ତ ଜଗତ ବନ୍ଧୁ ଦୀନବନ୍ଧୁ କୃପାସିନ୍ଧୁ,
ଝରାଅ ଆଶିଷ ମଧୁ ତରିଯାନ୍ତି ଯେତେ ସାଧୁ।
ତୁମେ ଦୟାର ସାଗର ପାଳୁଛ ସାରା ସଂସାର,
ତୁମେ ତ କରୁଣାକର ତୁମ ମହିମା ଅପାର।
ତୁମେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥ,
ଅନ୍ଧାରେ ଦେଖାଅ ପଥ ଚାଲୁ ଏ ଜୀବନ ରଥ।
ତୁମେ ସୃଷ୍ଟିର କରତା ଜୀବର ଭାଗ୍ୟ ବିଧାତା,
ଦିଅ ସତ୍ୟର ବାରତା ହୃଦୟେ ସ୍ନେହ ମମତା।
ତୁମେ ଦୟାର ସାଗର ଧରିଛ ଜୀବନ ଡ଼ୋର,
କରି ଉଚିତ ବିଚାର ସଂକଟୁ ଉଦ୍ଧାର କର।
ପ୍ରାଣୀଙ୍କର ଉପକାରେ କର ଯା' ତୁମ ଇଚ୍ଛାରେ
ତୁମକୁ ଗୁହାରି କରେ ମଙ୍ଗଳରେ ରଖ ବାରେ।
ତୁମେ ଅଜର ଅମର ତୁମ ପାଇଁ ଏ ସଂସାର,
ତୁମେ ସାହା ଭରସାର ଆତ୍ମା ରୂପରେ ଶରୀର।
ଆଶଙ୍କା ନରହୁ ମୋର ଅଜ୍ଞାନତା ଦୂର କର,
ଭକ୍ତି ଭାବ ରହୁ ଚିର ତୁମଠାରେ ନିରନ୍ତର।
ଶରଣେ ରଖ ତୁମର ଦୁଃଖରୁ ପାଏ ନିସ୍ତାର।
ସୁଖର ହେଉ ସଂସାର ତୁମକୁ କରେ ଜୁହାର।