STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ନାଆଁ ଟା ତାର କାଳିଆ

ନାଆଁ ଟା ତାର କାଳିଆ

1 min
58


ନାଆଁ ଟା ତାର କାଳିଆ

         ନାହିଁ ଆଉ କେହି ତା' ଭଳିଆ,

ଜଗତର ସେ ନାଟୁଆ

            ନାଟ ଲଗାଇଛି କି ବଢିଆ...

ସେ ନୀଳମଣି ନୀଳାଚଳିଆ...।୦।

ସବୁ କଳାର ସେ କଳାକାର

          ଆକର୍ଷି ନିଏ ସାରା ସଂସାର,

ନାଚି ନଚାଏ ସେ ତିନିପୁର

       ପାଦେ ତାର କୋଟିଏ ଜୁହାର।୧।

ନାଆଁ ଟା ତାର କାଳିଆ......

ହସ ଦିଏ ଲୁହ ଦିଏ ଭରି

         ଶୁଣି ଥାଏ ସେ ପୁଣି ଗୁହାରି,

ଧରିଛି ହାତେ ଜୀବନ ଡୋରି

         ଯେଣିକି ମନ ନିଏ ଓଟାରି।୨।

ନାଆଁ ଟା ତାର କଳିଆ......

ମନେ ଭରି ଦିଏ ଭାବ ଭାଷା

        ତା'ଠାରେ ହିଁ ବିଶ୍ଵାସ ଭରସା,

ଦୁନିଆଁ ଦୁଃଖ ସୁଖର ମିଶା

        କର୍ମ ନେଇ ପୂର୍ଣ୍ଣ ହୁଏ ଆଶା।୩।

ନାଆଁ ଟା ତାର କାଳିଆ......

ଚରଣେ ତାର ମିଳଇ ଶାନ୍ତି

         ଫଳ ଦିଅଇ ସେ ଭାବି ଚିନ୍ତି,

ଆସିଲେ ଅଧର୍ମ କରେ କ୍ରାନ୍ତି

          ଦୂର କରି ଦିଏ ମନୁ ଭ୍ରାନ୍ତି।୪।

ନାଆଁ ଟା ତାର କଳିଆ......

      

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract