STORYMIRROR

Sitansu Jena

Drama Fantasy

4  

Sitansu Jena

Drama Fantasy

ସଉତୁଣୀ

ସଉତୁଣୀ

1 min
4


ଆସିଥିଲି ତୁମ ଶୁଖ ସଂସାରକୁ

ସହଭାଗୀ ହେବା ପାଇଁ

ଅପୁରା କାମକୁ ପୁରା କରିବାକୁ

ମୋ ହାତ ଧରିଲ ଯାଇଁ

ତୁମ ପାରିବାରେ ମଥାପାତି ସହି

ପିଲାଙ୍କୁ ଆଦରେ ନେଇ

ଆସିଥିଲି ତୁମ ଶୁଖ ସଂସାରକୁ 

ସହଭାଗୀ ହେବା ପାଇଁ।


ସବୁ କାମ ସହଯୋଗ କରୁଥଲି

ଦେଇନି ଉତ୍ତର ଦିନେ

ବନ୍ଧ୍ୟା ସାଜିଲି ତୁମପାଇଁ ପ୍ରିୟ

ରଖି ତୁମ ସନମାନେ

ହେଳାକରିନାହିଁ ସେନେହଁରେ କେବେ

ନିନ୍ଦା ମୁଁ ପାଇବି ନାଇଁ

ଆସିଥିଲି ତୁମ ଶୁଖ ସଂସାରକୁ

ସହଭାଗୀ ହେବାପାଇଁ।


ଡରିମାରୁଥାଇ ଅପବାଦ ପାଇଁ

ନ ଲାଗୁ ମୁଁ ସପତଣୀ

ଏ ବାକ୍ୟ କାହାର କେବେ ଶୁଣିବିନି

ଟେକିଛି ଶଙ୍ଖରେ ପାଣୀ

କଳଙ୍କିନି ବୋଲି କେହିକହିବେନି

ଇତିହାସ ଲେଖି ଦେଇ

ଆସିଥିଲି ତୁମ ଶୁଖ ସଂସାରକୁ

ସହଭାଗୀ ହେବେ ପାଇଁ।


ନିଜକୁ ଜାଳିଲି ତୁମ ପାରିବାରେ

ଯେତେପରକାରେ ସେବୀ

ବାପା ମାଆ ଭାଇ ଭାଉଜ ସଭିଏଁ

କଲେ ମୋର କୁସ୍ଛା ଭାବି

ମାଡ଼ ଗାଳି ଶୋଧା ଧିକାର ବଚନ

ଖାଇବାକୁ ଦେଲେନାହିଁ

ଆସିଥିଲି ତୁମ ଶୁଖ ସଂସାରକୁ

ସହଭାଗୀ ହେବା ପାଇଁ।


ଯୁଗ ଯୁଗ ପାଇଁ ସମାଜ ଆଖିରେ

ଏକି ଘୃଣ୍ୟ ଦୃଷ୍ଟି କୁହ

ସଉତୁଣୀ ବୋଲି ଚାରିଟି ଅକ୍ଷର

ବୁହାଇଛି କେତେ ଲୁହ

ସବୁ ନାରୀ କେବେ ସମାନ ନୁହଇଁ

କାହିଁକି ରହିବି ଜିଁ

ଆସିଥିଲି ତୁମ ସୁଖ ସଂସାର କୁ

ସହଭାଗୀ ହେବାପାଇଁ।


ଯେଉଁ ପିଲାଙ୍କୁ ମୁଁ କରିଲି ନିଜର

ସେମାନେ ଗଲେ ଗୋ ଭୁଲି

କାହିଁକି ବଞ୍ଚିବି ନିର୍ଲଜୀ କୁଳଟା

କୂଳ ପାଇଁ ପିତା ହେଲି

ଉଠିଯାଉ ସବୁ ମନ୍ଦ ଭାବନା

ସମସ୍ତେ ସମ ନୁହଇଁ 

ଆସିଥିଲି ତୁମ ଶୁଖ ସଂସାର କୁ

ସହଭାଗୀ ହେବାପାଇଁ ।


Rate this content
Log in

Similar oriya poem from Drama