ମୋ ଗାଁ ସକାଳ
ମୋ ଗାଁ ସକାଳ
ବିଭାବରୀ ଯାଉଅଛି ଅପସରି
କାକ କୁକୁଟ ଡାକନ୍ତି
ଉଠରେ ଉଠରେ ଗଳାମାଳୀମୋର
ରାତି ହୋଇଲା ପାହାନ୍ତି ।
କୂଳବଧୁ ସବୁ ଅଗଣା ଖରକି
ଦାଣ୍ଡ ପହରନ୍ତି ଦେଖ
ଗୋମୟ ଜଳକୁ ଚତୁର୍ପାଶ୍ୱେ ସିଞ୍ଚି
କରନ୍ତି ପ୍ରତିଷେଧକ ।
ଅଭ୍ୟ।ସ ବଳରେ ବୃଦ୍ଧ ବୃଦ୍ଧା ସବୁ
ଗାଉଛନ୍ତି ରାମ ନାମ
ସୁନ୍ଦର ସ୍ୱର ତ ଭାଷି ଆସୁଅଛି
ପିଲାଙ୍କୁ ଏହା ବିଷମ ।
ଘଣ୍ଟ ଘଣ୍ଟା ଶଙ୍ଖ ସ୍ୱନେ ନିନାଦିତ
ମନ୍ଦିର ପ୍ରାଙ୍ଗଣେ ଦେଖ
ଧୂପ ସଳିତା ର ମହମହ ବାସ୍ନା
ଭରଇ ଚଉଦିଗ ତ ।
ମଧୁମକ୍ଷିକା ତ ପୁଷ୍ପଗୁଛେ ବସି
କରନ୍ତି ମଧୁ ସଂଗ୍ରହ
ପର ଉପକାର ପାଇଁ ସାଇତନ୍ତି
ହୋଇଣ କେତେ ନିର୍ଭୟ ।
ପ୍ରଜାପତି ସବୁ ଏଫୁଲେ ସେ ଫୁଲେ
ଶୋଭା ଵର୍ଧନ କରନ୍ତି
ସକାଳ ପଵନ ଶରୀରକୁ ହିତ
ବୋଲି ଉଡି ବୁଲୁଛନ୍ତି ।
ପ୍ରଭାକର ଆସି ପ୍ରଭା ବିସ୍ତାରିଣ
ଖାଦ୍ୟପ୍ରାଣ ବାଣ୍ଟୁଛନ୍ତି
ବେଗ ବେଗ ଉଠି ଧାମ ରେ ପିଲାଏ
ଡେରିରେ ସରିଯିବଟି ।
ଅଙ୍ଗନୱାଡି କୁ ବାହାରି ଗଲେଣି
ସାଙ୍ଗ ସାଥି ତ ତୁମର
ତୁମେ ଡେରି କଲେ ଶିକ୍ଷକ ରାଗିବେ
ଘରୁ କରିବେ ବାହାର ।
ସୁନ୍ଦର ପଵନ ପୁଣି ଖାଦ୍ୟପ୍ରାଣ
ପ୍ରକୃତି ରାଣୀର ଶୋଭା
ଦର୍ଶନ କରିବ ଉଠରେ ଉଠରେ
ରିଷି,ଅଂଶୀ, ଶ୍ରୀ, ଶ୍ରୀଜା
