STORYMIRROR

Sunanda Mohanty

Drama Action Inspirational

4  

Sunanda Mohanty

Drama Action Inspirational

ଜୀବନ ଦି ଦିନର

ଜୀବନ ଦି ଦିନର

1 min
12


ଦି ଦିନର ଜୀବନରେ

ମାଟି ଓ ପ୍ରକୃତି କୋଳରେ

ଖୋଜବାକୁ ଜୀବନର ସଂଜ୍ଞା

କିଏ ବୁଣେ ଜୀବନ ଅଞ୍ଜଳି

କିଏ ମାଗେ ମୁଠେ କୈବଲ୍ୟ ଥାଳି

ଆଖି ପଖାଳି

ସ୍ବପ୍ନ ଚଇତାଳି

ଶୂନ୍ୟତାରୁ ପରିପୂର୍ଣ୍ଣତା ଯାଏଁ

କଳି ଅଳି ଓ ଧୂଳି

ଜୀବନର ଅନେକ କୁହେଳି

ତା ଭିତରେ ପୂର୍ଣ୍ଣକୁମ୍ଭ ଥାପି

ପାପ ପୁଣ୍ୟ ସରହଦ ମାପି

ଓଁ ରୁ ଓଁକାର ଜପ ଜପି

ଆକାଶରୁ ପାତାଳ ଯାଏଁ

ଶୁନ୍ୟରୁ ମହାଶୁନ୍ୟ ଛୁଏଁ

ଜୀବନ ଯାଉଛି ଦୋହଲି

ଦି ଦିନର ଜୀବନ ହୁଗୁଳି

ଏକା ଘାଟେ ପାଣି ପିଏ ବାଘ ଛେଳି

ପାପୀ ଓ ତପି

ଭାବ ଓ ଭକ୍ତି

କଥାରୁ ନୀରବତା

ଆଣେ ଯେଉଁ ଶୁନ୍ୟତା

ଦୋଛକିରେ ଜୀବନ ବଉଳି

ସମୁଦ୍ର ପରି ଜୀବନର ସଂଜ୍ଞା

ଆକାଶର ତାରା ଓ ଉଲକା

କିଏ ବା ପାରିବ କଳି

ଜୀବନ ଏବେ ଏବେ ପଡେ ଉଛୁଳି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama