STORYMIRROR

Debabrata Mishra

Drama Romance Inspirational

4  

Debabrata Mishra

Drama Romance Inspirational

ଗଜଲ -୨୪

ଗଜଲ -୨୪

1 min
10

-


ଏ ମନ ଯେତେଯେତେ ହାରେ ସେତେସେତେ ଆତ୍ମା ହସେ

ଜିତୁଥାଅ ତୁମେ ବାରବାର ତୁମ ବିଜୟେ ଏ ହୃଦୟ ବାସେ,


ଫୁଲଟିଏ ତୁମେ ତୁମ ସୁଖ ମହକେ ଲିଭିଯାଉ ସବୁ ଲୁହଗନ୍ଧ

ଜହ୍ନ ହୋଇ ଝଟକୁଥାଅ ତୁମ ଜ୍ୟୋତ୍ସ୍ନାରେ ଆକାଶଟା ବାସେ,


ତୁମ ଜୀବନ ବଗିଚାରେ ଫୁଟୁଥାଉ ସୁଖଶାନ୍ତି ସମୃଦ୍ଧିର ପୁଷ୍ପ

ତୁମ ଓଠୁ ଝରୁଥାଉ ହସ ସେ ହସରେ କେତେ ଆତ୍ମା ବସେ,


ଗଗନରେ ଉଡ଼େ ଶତଶତ ପକ୍ଷୀ ସବୁପକ୍ଷୀ ଦେଖୁନି ଏ ଆଖି 

ତୁମ ଆଖି ଶୁଭପକ୍ଷୀ ତାକୁ ଦେଖି ମୋ'ଲୁହ ବି ହସହସ ବାସେ,


ଚନ୍ଦ୍ରମା, ତୁମ ଶୀତଳ କିରଣେ ମୁଁ ମାଟି ରାତିରେ ବି ଦିଶେ

ତୁମକୁ ଚାହିଁ ରହିଥାଏ ସନ୍ତର୍ପଣେ ତୁମ ଦର୍ଶନେ ମୁଁ ସୁବାସେ,


ସ୍ୱତନ୍ତ୍ରତାର ସ୍ୱର୍ଣ୍ଣିମ ହୃଦୟ ତୁମର, ତୁମ ପାଇଁ ସମ୍ମାନ ଅଜସ୍ର

ଦେବୀ ସ୍ୱରୂପା ତୁମେ ତୁମ ପାଇଁ ଶବ୍ଦସବୁ ଭକ୍ତିଭାବ ବାସେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama