STORYMIRROR

Anjana Naik,Anju..Deogarh

Abstract Drama Inspirational

4  

Anjana Naik,Anju..Deogarh

Abstract Drama Inspirational

ଜାଗର ରାତି

ଜାଗର ରାତି

1 min
10


ଆସିଛି ଜାଗର ରାତି..ପୂଜିବି ଶଙ୍କର

ଅହୋରାତ୍ର ନିରୋଳାରେ..ଜାଳିବି ଜାଗର ।।


ମନେ ସୁମନାଷି ପ୍ରଭୁ..ନାମ ଉଚ୍ଚାରଣ

ସମସ୍ତ ପ୍ରହରରେ ମୁଁ ..କରିଵି କିର୍ତ୍ତନ ।।


ମୋ ହୃଦ କପିଳାସରେ..ଵହେ ପ୍ରେମ ଝର

ଵିଜେକର ଆହେ ପ୍ରଭୁ..ଶ୍ଵୟମ୍ଭୁ ଶଙ୍କର ।।


ହେ ଭୋଳା ଶଙ୍କର ମୋର..ପାପ କର ଦୂର

ମୋ ମନ ମନ୍ଦିରେ ନାଥ ..ଥରେ ବିଜେ କର ।।


ଲିଭିଯାଉ ମୋ ମନରୁ ..ହିଁସା ଅହଙ୍କାର 

କଳୁଷିତ ହୃଦୟରୁ..ହୋଇଯାଉ ଦୂର ।।


ହର ହର ମହାଦେବ..ତୁଣ୍ଡେ ଥାଉ ମୋର

ଓଂ ନମ୍ଃ ଶିବାୟ ମନ୍ତ୍ର...ନାମ ପଞ୍ଚାକ୍ଷର ।।


ମୋ ହୃଦ କପିଳାସରେ..ଵହେ ପ୍ରେମ ଝର

ଵିଜେକର ଆହେ ପ୍ରଭୁ...ଶ୍ଵୟମ୍ଭୁ ଶଙ୍କର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract