STORYMIRROR

Gobind chandra Pradhan

Drama Romance Others

4.2  

Gobind chandra Pradhan

Drama Romance Others

ହୃଦୟ

ହୃଦୟ

1 min
21


ଚାନ୍ଦ ପରି ମୁହଁ ତମ 

          ନୀଳ ପରି ଆଖି

ଓଠ ସରୋବର ତମ

          ହସ ମନ ଲାଖି ।୧।

ସୁ ଶୀତଳ ପ୍ରେମ ଜଳ

          ସୀମା ହୀନ ସାଗର 

ତା ଭିତରେ ଲମ୍ଫ ଦେଲେ

          ମିଳେ ଶାନ୍ତି ଅପାର ।୨।

ଜଳେ ଝାସ ଦେଲେ ତାର

           କୂଳେ ଛାଡି ଦିଅଇ

ଅମାନିଆ ହେଲେ ତାକୁ

          ଲହଡ଼ି ଦିଏ ବୁଡାଇ ।୩।

ଗୋଲାପ ତୋଳିବା ପାଇଁ

           କଣ୍ଟା କୁ କଲି ନିଜର 

ପ୍ରେମିକାର ଖୁସି ପାଇଁ

          ପିଏ ନୀତି ଜହର ।୪।

ଦୁଇ ମନ ଏକ ପ୍ରାଣ 

            ଶରୀର ଏଠି ଦୁଇଟି

ଜଣକୁ ଛାଡ଼ି ଅନ୍ୟ ଜଣେ

          ରହି ନ ପାରେ କେଉଁଠି ।୫।

କିଛି ପ୍ରେମ ପ୍ରାପ୍ତ ହୁଏ

                କିଛି ରୁହେ ଅଧାରେ

ଚାଲିବା ସାଥି ,ସାଥି ହୋଇ

               କଥା ରଖି ମଥାରେ ।୬।

ହୃଦୟ ବୀଜ ରୁ ସେତ

                   ତୁମ ପାଇଁ ଆଗତ

ତମ ହୃଦୟ ରେ ତାକୁ

               ଘୋଡାଇ ରଖ ପାତ୍ର ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama