ପ୍ରଥମ ପ୍ରେମ
ପ୍ରଥମ ପ୍ରେମ
ଆଖିରେ ଦେଖିନି ହୃଦୟେ ଆଙ୍କିଛି
ତୁମର ସୁନ୍ଦର ଛବି
ନିତି ରାତି ହେଲେ ମନ ଝରକା କୁ
ଖୋଲେ ତୁମ କଥା ଭାବି ।।
ଆସିବ ଆସିବ ନିଇତି କହୁଛ
କେବେ ତମେ ଆସୁ ନାହଁ
ଏପ୍ରେମ ପାଗେଳି ତୁମକୁ ଦେଖିନି
କାହିଁ ଚିହ୍ନା ଲାଗେ ମୁହଁ ।।
ମୁଁ ସିନା ଦେଖିନି ମୋ ମନ ଦେଖିଛି
ତୁମରି କନ୍ଦର୍ପ ରୂପ
ବିରହ ନିଆଁ ରେ ନିତି ଜଳୁ ଅଛି
ଦେଖି ତମ ଅପ ରୂପ ।।
ଚାହାଣୀ ର ତମ ଯାଦୁ ରହି ଅଛି
ମନକୁ ଦେଉଛୁ ଘାଣ୍ଟି
ଏ ଭରା ଯୌବନ ତୁମ ପ୍ରତୀକ୍ଷାରେ
କେବେ ଦେବ ମୋତେ ଶାନ୍ତି।।
ନିଜର ଭାବୁଛି ସର୍ବସ୍ୱ ଦେଉଛି
ଏ ତନ ମନ ମୋର
ଏ ମନ ମନ୍ଦିର ଅଟେ ତୁମ ଘର
କରି ବନି ମୋତେ ପର ।।
ତୁମରି ଅଙ୍ଗକୁ ସ୍ପର୍ଶ ମୁ କରିନି
ମନକୁ ଦେଇଛି ଛୁଇଁ
ଅନୁମତି ବିନା ଏଇ ହୃଦୟ ରେ
ତୁମକୁ ରଖିଛି ନେଇ ।।
ପ୍ରଥମ ପୁରୁଷ ତମେ ମୋ ଜୀବନେ
ଏ ମୋର ପ୍ରଥମ ପ୍ରେମ
ଏ ଶରୀର ମୋର ଗଢା ତୁମ ପାଇଁ
ତୁମେ ମୋର ଘନଶ୍ୟାମ।।
ରାଧା ପରି ମୋତେ ଛାଡ଼ି ଦେବ ନାହିଁ
ପାରିବିନି ଜମା ସହି
ସତ ମୁ କହୁଛି ପ୍ରେମ ତୋତେ କରୁଛି
ପାରୁନି ମୁଁ ଆଉ ରହି ।।
ସଦ୍ୟ ପ୍ରସ୍ଫୁଟିତ ଏ ଦେହ କୁସୁମ
ତମେ ନିଆ ତାକୁ ତୋଳି
ତମରି ଅଙ୍କରେ ନିତି ପଲଙ୍କ ରେ
ପ୍ରେମରେ ଖେଳିବି ଦୋଳି।।
ପ୍ରଥମ ପୁରୁଷ ତମେ ମୋ ଜୀବନେ
ଏ ମୋର ପ୍ରଥମ ପ୍ରେମ
ଏ ଶରୀର ମୋର ଗଢା ତୁମ ପାଇଁ
ତୁମେ ମୋର ଘନଶ୍ୟାମ।।
.......×××......

