କିଛି ପ୍ରେମ
କିଛି ପ୍ରେମ
ସବୁ ପ୍ରେମ ହୁଏ ନାହିଁ
ସିନ୍ଥିର ସିନ୍ଦୁର
କିଛି ପ୍ରେମ ରହି ଯାଏ
ହୋଇ ସ୍ମୃତି ଘର।।
ହୃଦୟ କୋଣରେ ଥାଏ
ମଉନ ସେ ହୋଇ
ମନର ମଣିଷ ବିନା
ଦୁଃଖ କଷ୍ଟ ସହି ।।
ଲହୁକୁ ଅମୃତ ଭାବି
ଓଠ କରେ ପାନ
ଶରୀର ଟା ପତି ଙ୍କର
ହୃଦୟେ ତୁମ ସ୍ଥାନ।।
ଦେହକୁ ଛୁଇଁନ ତମେ
ମନକୁ ଛୁଇଁଛ
ପହିଲି ପ୍ରେମର ବିନ୍ଧୁ
ତମେ ହିଁ ଦେଇଛ ।।
ଶରୀର ସ୍ପର୍ଶ ରେ କେବେ
ହୁଏ ନାହିଁ ପ୍ରେମ
ଧୋଇ ଦେଲେ ଲିଭି ଯାଏ
ସମ୍ଭୋଗ ର ଚିହ୍ନ।।
ମନ ସାଧା କାଗଜ ରେ
ଆଙ୍କିଛି ତମ ଛବି
ଲିଭେଇ ପାରୁନି ତାକୁ
ନିତି ହୁଏ ଭାବି ।।
ଅଲିଭା ପ୍ରେମର ଛିଟା
ତମେ ଲଗେଇ ଦେଲ
କୁଆଁରୀ ବୟସ ମଧୁ
ତମେ ପାନ କଲ ।।
ପ୍ରେମ ମୋ ଅମୃତ ହାଣ୍ଡି
ସରି ସେ ଜୀବନି
ତୁମରି ପ୍ରଥମ ସ୍ପର୍ଶ
ଭୂଲି ମୁ ପାରୁନି ।।
ଲାଜେ ମୁଣ୍ଡ ନଇ ଯାଏ
ପାରେ ନାହିଁ କହି
ମୋ "ନା " ରେ ହଁ ଥାଏ
ଏଣୁ, ଯାଏ ସବୁ ସହି।।
ସବୁ କିଛି ହରାଇଛି
ତୁମରି କୋଳରେ
କେତେ ଯେ ରାତି କାଟିଛେ
ଜହ୍ନ ଆଲୋକ ରେ।।
ମୋ ମନକୁ ମୁ ନିଜେ
ଦେଇଛି ବୁଝେଇ
ମାନ ସମ୍ମାନ ସବୁ
ତୁମ ଠାରୁ ପାଇ ।।
ସବୁ ପ୍ରେମ ହୁଏ ନାହିଁ
ସିନ୍ଥିର ସିନ୍ଦୁର
କିଛି ପ୍ରେମ ରହି ଯାଏ
ହୋଇ ସ୍ମୃତି ଘର ।।
...........×××..........

