ପ୍ରେମ ଦେବତା
ପ୍ରେମ ଦେବତା
ଆଇନା ଆଗରେ ସଜେଇ ହେବାକୁ
ଆଜି ବେଶି ଭଲ ଲାଗେ
ନୂଆ ନୂଆ ପ୍ରେମ ତମକୁ କରୁଛି
କାହିଁ ବେଶି ଲାଜ ଲାଗେ ? ।୧।
ବାପା ମାଆ ଙ୍କର ସ୍ନେହ ଓ ଆଦର
ପାରିଲାନି ମୋତେ ବାନ୍ଧି
ଜନନୀ କୋଳଠୁ ନିଜର ଲାଗିଲା
ତମ ବାହୁର ସେ ବନ୍ଦି ।୨।
ମାଆ ପଣତକୁ ଭୁଲି ଗଲି ଆଜି
ଧରିକି ତମର ହାତ
ଅନ୍ତ ଫାଡି ଯିଏ ଜନମ ଦେଇଛି
ତା କର ଛାଡ଼ିଲା ହାତ।୩।
ତା ସ୍ନେହ ମମତା ପ୍ରେମ ଓ କରୁଣ।
ଆଜି ହେଇଗଲା ପିତା ?
ତମ ପ୍ରେମ ପାଇ ମନ ପକ୍ଷୀ ମୋର
ଗଗନେ ଉଡ଼ାଏ ଫିତା।୪।
ଯାନିଯାତ୍ରା ହେଲେ ହାତ ଧରି ଯାଏ
କାଳେ ଯିବି କି ମୁ ହଜି ?
ସଂସାର ହାଟରେ ବାଟ ବଣ। ହେଲି
ତମ ପ୍ରେମ ନେଲା ଖୋଜି ।୫।
ଅମାନିଆ ମନ ଶୁଣେନା ମୋ କଥା
ଖାଏ ବାପା ଙ୍କର ଗାଳି
ବହି କୁ ଖୋଲିଲେ ତମ ମୁଁହ ଦିଶେ
କରିଲ ପ୍ରେମ ପ।ଗେଳି ।୬।
ତମ ନାଁ ସାଥେ ମୋ ନାଁ ଯୋଡ଼ି
ଲେଖିବାକୁ ଭଲ ଲାଗେ
ଯେତେ ଲେଖୁଥିଲେ ମନ ନ ବୁଝଇ
ଶୁଣିବାକୁ ମଜା ଲାଗେ ।୭।
ଆଇନା ଆଗରେ ସଜେଇ ହେବାକୁ
ଆଜି ବେଶି ଭଲ ଲାଗେ
ନୂଆ ନୂଆ ପ୍ରେମ ତମକୁ କରୁଛି
କାହିଁ ଏତେ ଲାଜ ଲାଗେ ? ।୮।
କୁଳ ଜାତି ଗୋତ୍ର ଧନୀ କି ଗରିବ
ପ୍ରେମ ତ ବୁଝଇ ନାହିଁ
ସାତ ଜନ୍ମ ପାଇଁ ତମର ହେବାକୁ
ପଣ କରିଅଛି ମୁହିଁ ।୯।
ତମ ପ୍ରେମ ଆଗେ ଫିକା ପଡି ଗଲା
ଜନନୀ ସ୍ନେହ ମମତା
ମାତା ପିତା ଙ୍କର ପ୍ରେମ ତ ଦେଇଛ
ତମେମୋ ପ୍ରେମ ଦେବତା।୧୦।
........ ××× .......

