ସପ୍ତ ସର୍ଗ
ସପ୍ତ ସର୍ଗ
ପ୍ରଥମ ସର୍ଗ
ରାଗ - ରାମ କେରୀ
ସରଜୁ ନଦୀର ତଟରେ
ଏକ ନଗରୀ ଥିଲା ,
ସୁନ୍ଦର ଶୋଭିତ ଭବନ
ଶୋଭା ପ୍ରକାଶୁ ଥିଲା ।୦।
ଶୁ -ଶୋଭିତ ମାନ ତୋରଣ
ଗଗନ ଚୁମ୍ବି ଥିଲା ,
ସବୁଠି ଅଯୋଧ୍ୟା ନଗରୀ
ଖ୍ୟାତି ଅରଜି ଥିଲା ।୧।
ସୁନ୍ଦର ନଗର ବ୍ୟାପିଛି
ବାର ଯୋଜନ ବ୍ୟାପି
ସୁ- ଦିର୍ଘ ତିନି ଯୋଜନ
ଚଉଡ଼ା ମାଡ଼ି ବସି ।୨।
ସୂର୍ଯ୍ୟ ବଂଶର ସେ ନୃପତି
ଦଶ ରଥ ସେ ଥିଲା,
ସତ୍ୟ, ଶାନ୍ତି, ଦୟା, କ୍ଷମାର
ପ୍ରତୀକ ନୃପ ଥିଲା ।୩।
ଶାସିତ ଖୁସିର ଭାବରେ
ଜୀବନ କାଟୁ ଥିଲେ
ସୁନାମ ସମଗ୍ର ରାଇଜେ
ବହୁତ ବଢ଼ି ଥିଲା।୪।
ସୁମିତ୍ରା , କୈକେୟୀ କୌଶଲ୍ୟା
ନୃପ ମହିଷୀ ଥିଲେ
ସନ୍ତାନ କାହାର ଗରଭୁ
ଯାତ ହେଉ ନଥିଲେ ।୫।
ସନ୍ତୋଷ ଭାବରେ ଜୀବନ
ଭିତରେ ଥିଲା ତାପ
ସନ୍ତାନ ସନ୍ତତି ନଥିଲା
କେଇଁ ଜନ୍ମର ର ଶ୍ରାପ ?।୬।
ସରଗ ର ସୁଖ ପାଖରେ
ଥିଲେ କି ଲାଭ ହେବ ?
ସଂସାର ରକ୍ଷଣ ପାଇଁ କି
ଅପୂର୍ଣ୍ଣ କୋଳ ଥିବ ।୭।
ସନ୍ୟାସୀ ବଶିଷ୍ଠ ବଚନେ
ପ୍ରତିକାର ଚିନ୍ତନ୍ତି
ସନ୍ତାନ ଉତ୍ପତ୍ତି ନିମିତ
ଜାଗ ପାଇଁ ଚିନ୍ତନ୍ତି ।୮।
ଶଇଳ ନିବାସୀ ତପସ୍ୱୀ
ଋଶ୍ୟଶୃଙ୍ଗ ସେ ମୁନି
ସାଦରେ ନିମନ୍ତ୍ରି ଆଣିଲେ
ପୁତ୍ର - କାମେଷ୍ଟି ମାନି।୯।
ସମସ୍ତ ସନ୍ୟାସୀ କୁଣ୍ଡରେ
ପୂର୍ଣ୍ଣ ଆହୁତି ଦେଲେ
ସେଥିରୁ ଉତ୍ପନ୍ନ ଖିରି କୁ
ତିନି ରାଣୀକୁ ଦେଲେ ।୧୦।
ସଭି ଦେବ ଗଣ ପ୍ରାଥନା
ଶ୍ରୀ ହରିଙ୍କୁ କରନ୍ତି
ସ୍ଵର୍ଗରେ ରାବଣ ସଭିଙ୍କୁ
ଯାତନା ପ୍ରଦାନନ୍ତି ।୧୧।
ଶ୍ରିହରି ମାନବ ରୁପରେ
ଦଶରଥ ଙ୍କ ଘରେ
ସତ୍ୟ ଶାନ୍ତି ରକ୍ଷା ପାଇଁ କି
ଇଛା ପ୍ରକଟ କରେ ।୧୨।
ସରବେ ପ୍ରଥମେ କୌଶଲ୍ୟା
ଠାରୁ ଶ୍ରୀରାମ ଚନ୍ଦ୍ର
ସୂର୍ଯ୍ୟବଂଶ ରେ ସେ ଜନମ
ପୁଷ୍ପ ବରଷେ ଇନ୍ଦ୍ର ।୧୩।
ସୌର ବଂଶେ ଯାତ ଭରତ
କୈକେୟୀ ଙ୍କ ଗରଭୁ
ଶତୃଘ୍ନ, ଲକ୍ଷ୍ମଣ ଯମଜ
ସୁମିତ୍ରା ଙ୍କ ଗର୍ଭରୁ ।୧୪।
ସଭି ରାଣୀଙ୍କର ଗରଭୂ
ଯାତ ହେଲେ କୁମର
ପ୍ରସନ୍ନତା ଚିତେ ନୃପତି
ଦେଲେ କ୍ଷୀରି ମହୁର।୧୫।
ସବୁ ତପସ୍ୱୀ ଙ୍କୁ ଡକାଇ
ଅର୍ଣ୍ଣ ବସ୍ତ୍ର ଦିଅନ୍ତି
ସବୁ ପୁତ୍ର ଙ୍କର ମଙ୍ଗଳ
କାମନା ସେ କରନ୍ତି।୧୬।
ଶାସ୍ତ୍ର, ଶସ୍ତ୍ର ବିଦ୍ୟା ନିପୁଣ
ମୁନିବର ବଶିଷ୍ଠ
ଶ୍ରୀରାମ ସହିତ ଅନୁଜ
ମାନଙ୍କ ଗୁରୁ,ଶ୍ରେଷ୍ଠ।୧୭।
ସବୁ ଅସ୍ତ୍ର ଶସ୍ତ୍ର ଚାଳନା
ଯୁଦ୍ଧ ରଣ କୌଶଳ
ଶାସ୍ତ୍ର ବିଦ୍ୟାର ଅଧ୍ୟୟନ
ସାଥେ, ଖେଳନ୍ତି ଖେଳ ।୧୮।
ସମାପ୍ତ କରି ଅଧ୍ୟୟନ
ଚାରି ରାଜ କୁମାର
ସନ୍ତୋଷ ମନରେ ଫେରନ୍ତି
ନିଜ ଅଯୋଧ୍ୟା ପୁର।୧୯।
ସଭି ପୁତ୍ରଙ୍କୁ ପାଖେ ପାଇ
ରାଜନ ଦଶରଥ
ସୁଖ ଓ ଶାନ୍ତିରେ କାଟନ୍ତି
ଚଢ଼ି ରାଜ୍ୟର ରଥ ।୨୦।
ସାଧୁ ବିଶ୍ଵାମିତ୍ର ଅଯୋଧ୍ୟା
ନୃପତି ଙ୍କୁ କୁହନ୍ତି
ସକଳ ଅନିଷ୍ଟ ଦାନବ
ମାନେ କରୁଅଛନ୍ତି ।୨୧।
ଶ୍ରୀରାମ ଲକ୍ଷ୍ମଣ ଙ୍କୁ ଦିଅ
ଜାଗ ରକ୍ଷା କରିବେ
ସଂସାର ମଙ୍ଗଳ ପାଇଁକି
ରାକ୍ଷସୀ ଙ୍କୁ ବଧିବେ ।୨୨।
ଶୁଣି ଦଶରଥ କ୍ଷଣିକ
ବିଚଳିତ ହୃଦୟ
ସାଧୁଙ୍କୁ ନଦେଲେ କୁମାର
କୋପର ଥାଏ ଭୟ ।୨୩।
ଶାସକ ଛାଡ଼ିଲେ କୁମର
ବିଶ୍ଵାମିତ୍ର ଙ୍କ ସାଥେ
ଶତ୍ରୁକୁ ଦମନ କରିବେ
ବଧୀ ରାକ୍ଷସ ହାତେ।୨୪।
ସବୁଜ ବନାନୀ ଅରଣ୍ୟ
କାକ ପିକ ଶବଦ
ସୁସୁ କରି ଶୁଭେ ଶବଦ
ରାକ୍ଷସ ଉପଦ୍ରବ ।୨୫।
ଶାଳ ପିଆଶାଳ ଭାଙ୍ଗିଣ
ଅଗ୍ରସର ହୁଅନ୍ତି
ସାବଧାନ ରୁହ ଶ୍ରୀରାମ
ବିଶ୍ଵାମିତ୍ର କୁହନ୍ତି ।୨୬।
ସୁନ୍ଦର ବାଳକ ଦେଖି କି
ତାଡ଼କା ଅସୁରୁଣୀ
ସୁନ୍ଦର ଭୋଜନ ମିଳିବ
ମନେ ଭାବିଲା ପୁଣି।୨୭।
ଶ୍ରୀରାମ ଲକ୍ଷ୍ମଣ ସହିତ
ତାଡକା ର ଲଢେ଼ଇ
ଶର ଘାତରେ ଭାଙ୍ଗିଗଲା
ରାକ୍ଷସୀ ର ବଡେଇ ।୨୮।
ଶମନ ହରି ନେଇଗଲା
ପିଣ୍ଡରୁ ତା ପରାଣ
ସଂଗ୍ରାମେ ମୁକତି ଲଭିଲା
ଯକ୍ଷ ନନ୍ଦିନୀ ଜାଣ ।୨୯।
ସାଧୁ ବିଶ୍ଵାମିତ୍ର ପ୍ରସନ୍ନ
ଯଜ୍ଞ କାର୍ଯ୍ୟ ହୁଅଇ
ଶ୍ଳୋକ ଉଚ୍ଚାରଣ କରିଣ
ଘୃତ ଦହନ ହୋଇ ।୩୦।
ଶୁନ୍ୟ ଭାସିଉଠେ ବାଦଲ
କଳା ପାହାଡ଼ ପରି
ସୁବାହୁ ରାକ୍ଷସ ରାକ୍ଷସୀ
ଯଜ୍ଞ କୁଣ୍ଡକୁ ଘେରି ।୩୧।
ସମ୍ମିଳିତ ଦାନବ ଗଣ
ହାଡ଼ ମାଂସ ପକାନ୍ତି
ସିଦ୍ଧ ଅନ୍ତରାୟ ଯାଗରେ
ବାଧା କୁ ଉପୁଯାନ୍ତି।୩୨।
ଶ୍ରୀରାମ ଲକ୍ଷ୍ମଣ ଦିବ୍ୟାସ୍ତ୍ର
ଅସ୍ତ୍ର ଚାଳନା କରି
ସୁବାହୁ ଜୀବନ ହାରିଲେ
ଯଜ୍ଞ କୁ ରକ୍ଷା କରି ।୩୩।
ସନ୍ୟାସୀ ବିଶ୍ଵାମିତ୍ର ଚିତ
ପ୍ରସନ୍ନ ହୋଇ ଛନ୍ତି
ଶ୍ରୀରାମ ଲକ୍ଷ୍ମଣ ଭ୍ରାତା କୁ
ଦିବ୍ୟାସ୍ତ୍ର ପ୍ରଦାନନ୍ତି।୩୪।
ଶକ୍ତିଶାଳୀର ଧର୍ମଚକ୍ର
ଦଣ୍ଡ ଚକ୍ର, ଇନ୍ଦ୍ରାସ୍ତ୍ର
ଶୋଷ, କ୍ଳାନ୍ତି ,ଭୋକ ନହୁଏ
' ଅତି ବଳା ' ସେ ଅସ୍ତ୍ର ।୩୫।
ସ୍ଵଂୟମ୍ୱର ସଭା କରଇ
ମିଥିଳା ନୃପ ପତି
ସବୁ ରାଇଜର ରାଜନ
ସଭାରେ ଉପସ୍ଥିତି ।୩୬।
ଶିବଧନୁ ଆଗେ ଆଶାୟୀ
ମଳିନ ପଡ଼ି ଗଲା
ସୀତା ପ୍ରାପ୍ତିର ଅଭିଳାଷ
ମନୁ ମିଳେଇ ଗଲା।୩୭।
ସମ୍ରାଟ ଜନମ ବ୍ୟଥିତ
ପୂତ୍ରି ବିବାହ ନେଇ
ଶଙ୍କା ଉପୂଜଇ ମନରେ
ସ୍ଵୟମ୍ବର କୁ ନେଇ ।୩୮।
ଶ୍ରୀରାମ ଲକ୍ଷ୍ମଣ ସଙ୍ଗତେ
ମୁନିବ ବିଶ୍ଵାମିତ୍ର
ସ୍ଵୟମ୍ବର ରେ ଉପସ୍ଥିତ
ଜନକ ଆନନ୍ଦିତ ।୩୯।
ସମ୍ମାନ ଆଦର ପୂର୍ବକ
ଆସନ ପ୍ରଦାନନ୍ତି
ସଭି ଗୁରୁଜନ ପୟରେ
ପ୍ରଣିପାତ କରନ୍ତି ।୪୦।
ଶ୍ରୀ ଗୁରୁଙ୍କର ଆଦେଶରେ
କୌଶଲ୍ୟା ନନ୍ଦନ
ଶିବଙ୍କ ପିନାକୀ ଧନୁକୁ
ତୋଳିବାକୁ ଗମନ।୪୧।
ଶ୍ରୀରାମ ଚନ୍ଦ୍ର ବଦନ
କୋଟି ଭାସ୍କର ତେଜ
ଶ୍ୟାମଳ ସୁନ୍ଦର ଶରୀର
ଆଯାନୁ ଦୁଇ ଭୁଜ ।୪୨।
ସଭି ଦେବତାଙ୍କୁ ପ୍ରଣାମ
ଭକ୍ତି ପୂତ ଅର୍ପଣ
ସାଧୁ ସନ୍ଥ ପାଦେ ନମନ
ଆର୍ଶୀବାଦ ତର୍ପଣ ।୪୩।
ସରୋବର ପଦ୍ମ ସମାନ
ତୋଳି ଶିବ ଧନୁଷ
ସ୍ବର୍ଗ ଦେବଗଣ କୁସୁମ
ବର୍ଷା କରି ହରଷ।୪୪।
ଶରାସନ ଗୁଣ ଚଢ଼ାନ୍ତେ
ଅନ୍ତର ଦୁଇ ଭାଗ
ସମସ୍ତ ଜନ ଆଚମ୍ବିତ
ପର୍ଶୁରାମ ର ରାଗ ।୪୫।
ସଂସାର ଭୂକମ୍ପ ଉଠଇ
ବଜ୍ର ଶବଦ କରି
ସର୍ପ ପରି କରି ଗର୍ଜନ
କ୍ରୋଧେ ଅନ୍ତର ଭରି।୪୬।
ଶ୍ରୀରାମ ଭିତରେ ଶ୍ରିହରୀ
ରୂପ ଦର୍ଶନ କରି
ସନ୍ତୋଷ ଚିତ୍ତରେ କୁହଇ
କ୍ଷମା କର ଶ୍ରୀହରି ।୪୭।
ସୀତା ଙ୍କର ପିତା ଜନମ
ନିମନ୍ତ୍ରିତ କରନ୍ତି
ସୂର୍ଯ୍ୟବଂଶର ଦଶରଥ
ମିଥିଲାକୁ ଆସନ୍ତି।୪୮।
ସମ୍ମାନିତ କରି ରାଜାଙ୍କୁ
ପୁଷ୍ପ ପଥେ ବିଛାଇ
ସକଳ ପ୍ରଜା ଆନନ୍ଦିତ
ସ୍ଵଂୟମ୍ୱର କୁ ନେଇ ।୪୯।
ଶ୍ରୀରାମ ସୀତାଙ୍କ ବିବାହ
ଭ୍ରତ ମାଣ୍ଡବୀ ପ୍ରତି
ସୌମେତ୍ରି ସହିତ ଉର୍ମିଳା
ଶତୃଘ୍ନ ଶୃତକୀର୍ତ୍ତି ।୫୦।
ସବୁ ରଥେ ଧନ ଭରିଣ
ଜନକ ନୃପ ପତି
ସୈନ୍ୟ ସାମନ୍ତଙ୍କ ସଙ୍ଗତେ
ଆଯୋଧ୍ୟ କୁ ପଠାନ୍ତି ।୫୧।
ଶ୍ରୀରାମ ସଙ୍ଗେ ଦଶରଥ
ପୁତ୍ର ବଧୁକୁ ନେଇ
ସ୍ୱ ପୁରକୁ ରଥ ଚଳ।ନ୍ତି
ବନ୍ଧୁ ବିଦାୟ ନେଇ ।୫୨।
......... ×××.........
